ନିଜ ଆଙ୍ଗୁଳିର ଅସ୍ତ୍ରୋପଚାର କରାଇଲେ ଶାହା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : କୋଲକାତା

ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ରିଦ୍ଧିମାନ ଶାହା ଏକ ଆଙ୍ଗୁଳିରେ ବଲ୍‌ ବାଜି ତାହା ଭାଙ୍ଗି ଯାଇଥିଲା । ସେହି ଆଙ୍ଗୁଳିର ଅସ୍ତ୍ରୋପଚାର ସେ କରିଥିବା ବିଷୟ ଭାରତୀୟ କି୍ରକେଟ ବୋର୍ଡ ପକ୍ଷରୁ ବୁଧବାର ଦିନ କୁହାଯାଇଛି । ଭାରତୀୟ କି୍ରକେଟ ବୋର୍ଡର ମେଡିକାଲ ଟିମ୍‌ ବିଶେଷଜ୍ଞଙ୍କ ସହ ପରାମର୍ଶ କରି ଅପରେସନ୍‌ କରିବା ପାଇଁ ସ୍ଥିର କରିଥିଲା । ମୁମ୍ବାଇ ଠାରେ ମଙ୍ଗଳବାର ଦିନ ତାଙ୍କର ଅପରେସନ୍‌ ସଫଳତାର ସହ ସମ୍ପନ୍ନ ହୋଇଥିବା ବିଷୟ ବୋର୍ଡ ପକ୍ଷରୁ କୁହାଯାଇଛି । ଖୁବ୍‌ଶୀଘ୍ର ସେ ବାଙ୍ଗାଲୋରରେ ଥିବା ଜାତୀୟ କି୍ରକେଟ ଏକାଡେମୀରେ ରହି ସୁସ୍ଥ ହେବେ ବୋଲି ମଧ୍ୟ ବୁଧବାର ବୋର୍ଡ ପକ୍ଷରୁ କୁହାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*