ନିଜର ଏହି ଫିଲ୍ମର ସିକ୍ୱେଲରେ କାମ କରିବାକୁ ଚାହାଁନ୍ତି କ୍ୟାଟ୍ରିନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : କ୍ୟାଟ୍ରିନା କୈଫ୍‌ ବଲିଉଡ୍‌ର ଆଗଧାଡିର ଅଭିନେତ୍ରୀଙ୍କ ଭିତରୁ ଜଣେ । ନିକଟରେ ତାଙ୍କୁ ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମଟିକୁ ଦର୍ଶକ ଖୁବ ପସନ୍ଦ କରିବା ସହ ଏହା ବକ୍ସ ଅଫିସ୍‌ରେ ଭଲ ବ୍ୟବସାୟ ମଧ୍ୟ କରିଥିଲା । ନିକଟରେ କ୍ୟାଟ୍ରିନା ଏକ ସାକ୍ଷାତକାରରେ ନିଜର ମନ କଥା ଖୋଲି କହିଥିଲେ । ତାଙ୍କୁ ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ କି, ସେ ନିଜର କେଉଁ ଫିଲ୍ମର ସିକ୍ୱେଲରେ କାମ କରିବାକୁ ଚାହୁଁଛନ୍ତି । ଏଥିରେ ସେ ଏହି ଫିଲ୍ମର ନାଁ ନେଇଥିଲେ ।
୨୦୧୧ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜିନେ୍ଦଗୀ ନା ମିଲେଗି ଦୋବାରା’ ବିଷୟରେ ଅଲୋଚନା କରି କ୍ୟାଟ୍ରିନା କୈଫ୍ କହିଛନ୍ତି କି, ଏହି ଫିଲ୍ମଟି ତାଙ୍କ ହୃଦୟର ବହୁତ ନିକଟତର ଓ ଏହା ତାଙ୍କ ପାଇଁ ବହୁତ୍ ଖାସ ମଧ୍ୟ ଅଟେ । ଏହି ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରିଥିଲେ ଓ ଏବେ ଏହାର ରିମେକ୍ ଚାହୁଁଛନ୍ତି । କ୍ୟାଟ୍ରିନା କହିଛନ୍ତି କି, ‘ମୁଁ ମଧ୍ୟ ବ୍ୟକ୍ତିଗତ ଭାବେ ଏହି ଫିଲ୍ମର ରିମେକ୍ ଚାହୁଁଛି । ମୁଁ ତିନି ଥର ଏହାର ନିର୍ମାତା ଜୋୟା ଅଖତରଙ୍କୁ ଏହି ଫିଲ୍ମର ସିକ୍ୱେଲ ତିଆରି କରିବାକୁ କହିସାରିଲିଣି । ସେ ଆହୁରି ମଧ୍ୟ କହିଛନ୍ତି କି, ଯେଉଁଠାରୁ ଏହି ଫିଲ୍ମର କାହାଣୀ ଶେଷ ହୋଇଛି, ସେହିଠାରୁ ହିଁ ନୂଆ କାହାଣୀ ଆରମ୍ଭ ହେଉ ଓ ଏଥିରେ ଥିବା ଚରିତ୍ରମାନେ ଏବେ କେଉଁଠି ଅଛନ୍ତି ଓ କ’ଣ କରୁଛନ୍ତି । ବର୍ତ୍ତମାନ ପରିବେଶ ଓ ପରିସ୍ଥିତିକୁ ନେଇ କାହାଣୀକୁ ଆଗକୁ ବଢାଯାଇ ପାରେ । ମୁଁ ଜୋୟାଙ୍କୁ ଏହି ବିଷୟରେ ବାରମ୍ବାର କହିବା ପରେ ସେ ପ୍ରତିଥର ବଡ ଉତ୍ସୁକତାର ସହ ହଁ କରିଥାନ୍ତି । ମୋର ବିଶ୍ୱାସ ଅଛି ଯେ, ସେ ନିଶ୍ଚିତଭାବେ ଏହି ଫିଲ୍ମର ସିକ୍ୱେଲ ତିଆରି କରିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*