ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘର ବୈଠକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ବାଲେଶ୍ୱର

ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ, ବାଲେଶ୍ୱର ଶାଖାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସଭାପତି ପ୍ରତିଭା ପାଲ ଏଥିରେ ଅଧ୍ୟକ୍ଷତା କରିବା ସହିତ ସାମ୍ପ୍ରତିକ ସ୍ଥିତିରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ଏହାର ନୀରାକରଣ ସମ୍ପର୍କରେ ଆଲୋଚନା କରିଥିଲେ ।
ଗର୍ଭବତୀ, ମା’ ଓ ଶିଶୁର ପୁଷ୍ଟିକରଣଠାରୁ ପ୍ରିସ୍କୁଲର ପିଲାଙ୍କ ଯତ୍ନ ନେଉଥିବା ଅଙ୍ଗନୱାଡ଼ି କର୍ମୀଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତାକୁ ନେଇ ଏହି ବୈଠକରେ ଉପସ୍ଥିତ କର୍ମୀମାନେ ଉଦ୍ବେଗ ପ୍ରକାଶ କରିଥିଲେ । ଭିତ୍ତିଭୂମି ନଥାଇ ମଧ୍ୟ ଶିଶୁଙ୍କୁ ପୁଷ୍ଟିକରଣ ଯୋଜନାକୁ ଆଗେଇ ନେବା ସହ ବିଭିନ୍ନ ସମୟରେ କର୍ମୀମାନେ ନାନାବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସୁପରଭାଇଜର ନିଯୁକ୍ତି କ୍ଷେତ୍ରରେ ବିଭାଗୀୟ କର୍ମୀଙ୍କୁ ବରିଷ୍ଠତା ଭିତ୍ତିରେ ୫୦ ପ୍ରତିଶତଙ୍କୁ ପଦୋନ୍ନତି ଦେବା, ସରକାରଙ୍କ ଧାର୍ଯ୍ୟ ସର୍ବନିମ୍ନ ମଜୁରୀ ଅନୁସାରେ କର୍ମୀଙ୍କୁ ମାସିକ ଦରମା ପ୍ରଦାନ ପାଇଁ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ସରକାର ପ୍ରତିଶ୍ରୁତି ଦେଇଥିଲେ ।
ଏବେ ତ ସେ ପ୍ରତିଶ୍ରୁତି ପାଳନ କରିବା ପରିବର୍ତ୍ତେ ଅଙ୍ଗନୱାଡ଼ି କେନ୍ଦ୍ର ଉଠାଇ ଦେଇ ତାହାକୁ ନିମ୍ନ ପ୍ରାଇମେରୀ ବିଦ୍ୟାଳୟ ସହ ମିଶ୍ରଣ ପାଇଁ ସରକାର କରୁଥିବା ଉଦ୍ୟମ ଆଦୌ ଗ୍ରହଣୀୟ ନୁହେଁ ବୋଲି ବୈଠକରେ ଉପସ୍ଥିତ କର୍ମୀମାନେ କ୍ଷୋଭର ସହ ପ୍ରକାଶ କରିଥିଲେ । ତେବେ ବିଭିନ୍ନ ସମସ୍ୟାର ସମାଧାନ ଓ ଦାବି ପୂରଣରେ ସରକାରଙ୍କ କାଳକ୍ଷେପଣ ତଥା ତ୍ରୁଟିପୂର୍ଣ୍ଣ ନିଷ୍ପତି ବିରୋଧରେ ଆସନ୍ତା ୨୨ ତାରିଖ ବାଲେଶ୍ୱରରେ ବିକ୍ଷୋଭ ସମାବେଶ ଆୟୋଜନ ପାଇଁ ଏହି ବୈଠକରେ ସିଦ୍ଧାନ୍ତ ନିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*