ନିଖତ-ମ୍ୟାରି ବିବାଦରେ ପଶିବାକୁ ଚାହିଁଲେନି କ୍ରୀଡ଼ାମନ୍ତ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ମହିଳା ୫୧କେଜି ବର୍ଗରେ ଭାରତୀୟ ଦଳ ବାଛିବା ପାଇଁ ଟ୍ରାଏଲ କରିବାକୁ ଦାବି କରୁଥିବା ନିଖତ ଜରିନ ଏଦିଗରେ ନିଦେ୍ର୍ଦଶ ଦେବାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ । ତାଙ୍କର ସେହି ଚିଠିକୁ ଅଭିନବ ବିନ୍ଦ୍ରାଙ୍କ ସହ ବହୁ ବଡ଼ ତାରକା ସମର୍ଥନ ଦେବାରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ମ୍ୟାରିକମ୍‌ଙ୍କ ସହ ଟ୍ରାଏଲ ମ୍ୟାଚର ଦାବି କରୁଛନ୍ତି ଜରିନ । ହେଲେ ଏ ବିବାଦ ଭିତରେ ପଶିବାକୁ ଚାହିଁନାହାଁନ୍ତି କ୍ରୀଡ଼ାମନ୍ତ୍ରୀ । ଶୁକ୍ରବାର ଦିନ ଜରିନଙ୍କ ଚିଠିର ଉତ୍ତର ଦେବାକୁ ଯାଇ କିରେନ ରିଜିଜୁ କହିଛନ୍ତି ଯେ ମୁଁ ଫେଡେରେସନଙ୍କୁ ଶ୍ରେଷ୍ଠ ନିଷ୍ପତ୍ତି ନେବାର ପରାମର୍ଶ ଦେବା ବ୍ୟତିତ ଆଉ କେଉଁଥିରେ ପ୍ରବେଶ କରିବାକୁ ଚାହୁଁନାହିଁ । ଭାରତର ହିତରେ କ’ଣ ଭଲ ହେବ ତାହାକୁ ଚିନ୍ତା କରି ସେମାନେ ନିଷ୍ପତ୍ତି ନେବେ ବୋଲି କ୍ରୀଡ଼ାମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*