ନିଆଳି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ନିଆଳି

ପବିତ୍ର ମାଘ ସପ୍ତମୀ ଅବସରରେ ନିଆଳି ମାଘ ସପ୍ତମୀ ପଡ଼ିଆରେ ତୃତୀୟ ବାର୍ଷିକ ନିଆଳି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନିଆଳି ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ମହୋତ୍ସବ କମିଟିର ସ୍ଥାୟୀ ସଭାପତି ତଥା ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ୍ଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ମହୋତ୍ସବ ପାଇଁ ଏକ କମିଟି ଗଠନ ହେବା ସହିତ ବିଭିନ୍ନ ସବ୍ କମିଟି ମାନ ଗଠନ କରାଯାଇଥିଲା । ନିଆଳି ମାଟିର ସ୍ୱାଭିମାନ ଓ ସାଂସ୍କୃତିକ ପରମ୍ପରାକୁ ଉଜ୍ଜିବୀତ କରିବା ନିମନ୍ତେ ଅନୁଷ୍ଠିତ ନିଆଳି ମହୋତ୍ସବକୁ ସଫଳ କରିବା ଦିଗରେ ସ୍ଥାନୀୟ ଜନସାଧାରଣଙ୍କ ସହିତ ପ୍ରଶାସନ ଓ ଜନ ପ୍ରତିନିଧିମାନେ ଦଳମତ ନିର୍ବିଶେଷରେ ଏକଜୁଟ୍ ହେବା ପାଇଁ ବିଧାୟକ ଡାକ୍ତର ମଲ୍ଲିକ୍ ଆହ୍ୱାନ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*