ନିଆଁ ଲାଗିବା ପରେ ଚେତା ପଶିଲା ୩୩ କୋଭିଡ ହସ୍ପିଟାଲରେ ଅଗ୍ନିନିର୍ବାପକ ମକ୍ଡ୍ରିଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

କଟକ ଜଗତପୁରସ୍ଥିତ ସଦଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାନ୍ଦ ପରେ ଅଗ୍ନିଶମ ବିଭାଗର ଚେତା ପଶିଛି । ଅଗ୍ନିଶମ ବିଭାଗ ଡିଜିଙ୍କ ନିଦେ୍ର୍ଦଶ ପରେ ରାଜ୍ୟର ୩୩ଟି କୋଭିଡ ହସ୍ପିଟାଲ ସମେତ ୨୬ଟି କୋଭିଡ କେୟାର ସେଣ୍ଟର ଓ କୋଭିଡ ଆଇସୋଲେସନ ସେଂଟରରେ ଅଗ୍ନି ନିରାପତ୍ତା ମକ୍ଡ୍ରିଲ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ କରାଯାଇଛି । ଜରୁରୀ କାଳୀନ ପରିସ୍ଥିତିରେ କିପରି ଅଘଟଣକୁ ନିୟନ୍ତ୍ରଣ କରାଯିବ ସେନେଇ ହସ୍ପିଟାଲ କର୍ମଚାରୀମାନଙ୍କୁ ଅଗ୍ନିଶମ କର୍ମଚାରୀମାନେ ପ୍ରଶିକ୍ଷଣ ଦେଇଥିଲେ । ଏଥିସହ ଅଗ୍ନି ନିର୍ବାପକ ଯନ୍ତ୍ରାଂଶ ଠିକ ଅଛି ନା ନାହିଁ ସେଗୁଡିକୁ ମଧ୍ୟ ଯାଞ୍ଚ କରାଯାଇଛି । ଡିଜିଙ୍କ ନିଦେ୍ର୍ଦଶ ପରେ ଏହି ଯାଚଂ କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗର ୩୯ଟି ଟିମ୍ ସାମିଲ ରହିଥିଲେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦ୍ୱୈତନଗରୀରରେ ଥିବା ସମ୍, କିମ୍ସ ଓ ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଅଗ୍ନିଶମ ବିଭାଗର ଟିମ୍ ପହଚିଂ ଅଗ୍ନି ନିର୍ବାପକ ଯନ୍ତ୍ରାଂଶଗୁଡିକୁ ଯାଚଂ କରିଥିଲେ । ସବୁ ଠିକ ଠାକ ଥିବା ଜାଣିବା ପରେ ହସ୍ପିଟାଲ କର୍ମଚାରୀମାନଙ୍କୁ ନେଇ ମକ୍ଡ୍ରିଲ୍ କରିଥିଲେ । ଜରୁରୀ ପରିସ୍ଥିତିରେ ହସ୍ପିଟାଲ କର୍ମଚାରୀ କିଭଳି ଏହି ଉପକରଣର ସଠିକ ଉପଯୋଗ କରିପାରିବେ ସେନେଇ ପ୍ରଶିକ୍ଷଣ ଦେଇଥିଲେ ଅଗ୍ନିଶମ ଟିମ୍ । ଗତକାଲି ସଦଗୁରୁ କୋଭିଡ୍ ହସ୍ପିଟାଲର ତୃତୀୟ ମହମଲାରେ ଥିବା ଆଇସିୟୁରେ ନିଅାଁ ଲାଗିଥିଲା । ଅଗ୍ନିକାନ୍ଦର କାରଣ ଜଣାପଡ଼ିନଥିବା ବେଳେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଗୁରୁତର ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ, ଲକ୍ଷଣ ନଥିବା ରୋଗୀମାନଙ୍କୁ କୋଭିଡ୍ କେୟାର ସେଂଟରକୁ ସ୍ଥାନାନ୍ତର କରାଯାଇଥିଲା । ଭାଗ୍ୟବଶତଃ ଚିକିତ୍ସାଧୀନ ରୋଗୀଙ୍କର କୌଣସି କ୍ଷତି ଘଟିନଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*