ନାବାଳିକା ବଳାକ୍ରାରୀ ମୁସ୍ତାକ୍‌କୁ ଫାଶୀଦଣ୍ଡ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ/ସାଲେପୁର

ବହୁଚର୍ଚ୍ଚିତ ସାଲେପୁର ନାବାଳିକା ବଳାକ୍ରାର ଓ ହତ୍ୟା ଘଟଣାରେ ଗୁରୁବାର କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପୋକ୍ସୋ ଅଦାଲତ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍କୁ ଫାଶୀ ଦନ୍ଦରେ ଦନ୍ଦିତ କରିଛନ୍ତି । ମାମଲାର ଶୁଣାଣିବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକୁ୍ୟଟର ଅକ୍ଷୟ କୁମାର ନାୟକ ଏଭଳି ଅମାନୁଷିକ ଘଟଣାରେ ଅଭିଯୁକ୍ତକୁ ଫାଶୀ ଦନ୍ଦବିଧାନ କରିବାକୁ ଦୃଢ ଯୁକ୍ତି ବାଢିଥିଲେ । ଅଭିଯୁକ୍ତ ଜଣକ ନାବାଳିକାର ପଡୋଶୀ ଅଟନ୍ତି । ସେ ବିବାହିତ ହୋଇଥିଲେ ମଧ୍ୟ ଏକ କୋମଳମତି ନାବାଳିକାକୁ ଚକୋଲେଟ୍ ଦେଇ ପ୍ରଲୋଭିତ କରିଥିଲା । ଏହାପରେ ସେ ତାକୁ ନିଛାଟିଆ ସ୍କୁଲ୍ ବାରନ୍ଦାକୁ ନେଇ ଅତି ନୃସଂସ ଭାବେ ବଳାକ୍ରାର କରିଥିଲା ବୋଲି ପବ୍ଲିକ ପ୍ରସିକୁ୍ୟଟର ତାଙ୍କ ଯୁକ୍ତିରେ ଅଦାଲତକୁ ଦର୍ଶାଇଥିଲେ । ବଳାକ୍ରାର କରିବା ପରେ ପ୍ରମାଣ ନଷ୍ଟ କରିବା ନିମନ୍ତେ ସେ ନାବାଳିକାକୁ ହତ୍ୟା କରିଥିଲା ।

ଏଣୁ ଏଭଳି ସ୍ପର୍ଶକାତର ଘଟଣାରେ ଅଭିଯୁକ୍ତକୁ ଫାଶୀ ଦନ୍ଦବିଧାନର ଆବଶ୍ୟକତା ରହିଛି । ସେହିପରି ଏହି ମାମଲାରେ ଆରେଷ୍ଟ୍ ଅଫ୍ ରେଆର୍ ହୋଇଥିବାରୁ ଆଇନ ଅନୁଯାୟୀ ସେ ଫାଶୀଦନ୍ଦ ପାଇଁ ହକ୍ଦାର୍ । ଅନ୍ୟପକ୍ଷରେ ଏଭଳି ସମ୍ବେଦନଶୀଳ ଘଟଣାରେ ଅଦାଲତଙ୍କ ଫାଶୀଦନ୍ଦ ବିଧାନ ସମାଜକୁ ଏକ ଅପରାଧମୁକ୍ତ ବାର୍ତ୍ତା ଦେବ ବୋଲି ସେ ଯୁକ୍ତି ବାଢିଥିଲେ । ଏହି ଯୁକ୍ତି ଆଧାରରେ ଅଦାଲତ ଅଭିଯୁକ୍ତ ମୁସ୍ତାକ୍କୁ ଫାଶୀ ଦନ୍ଦରେ ଦନ୍ଦିତ କରିଛନ୍ତି ।
କଟକର ପୋକ୍ସୋ କୋର୍ଟର ପ୍ରିଜାଇଡିଂ ଅଫିସର୍ ବନ୍ଦନା କର ଉପଯୁକ୍ତ ତଥ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଆଇପିସିର ୩୬୩/୩୬୭(ଏ)(ବି)/୩୦୨ ଏବଂ ପୋକ୍ସୋ ଆକ୍ଟ୍ର (ପ୍ରୋଟେକ୍ସନ୍ ଅଫ୍୍ ଚିଲ୍ଡ୍ରେନ୍ ଫ୍ରମ୍ ସେକ୍ସ୍ୟୁଆଲ୍ ଅଫେନ୍ସ୍ ଆକ୍ଟ୍) ୬ ଧାରାରେ ବୁଧବାର ଦୋଷୀ ସାବ୍ୟସ୍ତ କରିଥିବାବେଳେ ଗୁରୁବାର ତାକୁ ଆଇପିସର ୩୦୨/୩୬୭(ଏ)(ବି) ଧାରାରେ ଫାଶୀ ଦନ୍ଦାଦେଶ ପ୍ରଦାନ କରିଛନ୍ତି । ସେହିପରି ଏହି ମାମଲାରେ ଅଦାଲତ ଅଭିଯୁକ୍ତକୁ ଆଇପିସିର ୩୬୩ ଧାରାରେ ୭ ବର୍ଷ ଜେଲ୍ଦନ୍ଦ ସହ ୨୦ ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ କହିଛନ୍ତି । ଅନ୍ୟପକ୍ଷରେ ଏହି ମାମଲାରେ ତା ବିରୋଧରେ ଆଇପିସିର ୩୬୪ ଏ ପ୍ରମାଣିତ ହୋଇନଥିବାରୁ ଅଦାଲତ ଏଥିରୁ ମୁକ୍ତ କରିଛନ୍ତି ।
ସୂଚନା ଥାଉକି, ଗତ ଦୁଇ ମାସ ମଧ୍ୟରେ ସଂଶୋଧିତ ପୋକ୍ସୋ ଆଇନ ଆଧାରରେ ସାଲେପୁର ନାବାଳିକା ବଳାକ୍ରାର ଓ ହତ୍ୟା ଘଟଣାରେ ଏହା କଟକରେ ପ୍ରଥମ ଫାଶୀ ଦନ୍ଦବିଧାନ । ଏଥିପୂର୍ବରୁ ଅନୁଗୁଳ, ମୟୂରଭଞ୍ଜ ଓ ଜଗତସିଂହପୁର ପ୍ରଭୃତି ଅଂଚଳରେ ସଂଗଠିତ ୩ଟି ନାବାଳିକା ବଳାକ୍ରାର ଘଟଣାରେ ଅଦାଲତ ତିନି ଅଭିଯୁକ୍ତଙ୍କୁ ଫାଶୀଦନ୍ଦରେ ଦନ୍ଦିତ କରିଛନ୍ତି ।
ପ୍ରକାଶ ଯେ, ଗତ ୨୦୧୮ ମସିହା ଏପ୍ରିଲ୍ ୨୧ ତାରିଖ ଦିନ ସାଲେପୁର ଥାନା ଅର୍ନ୍ତଗତ ଜଗନ୍ନାଥପୁର ଗ୍ରାମର ଜଣେ ୬ ବର୍ଷୀୟ ନାବାଳିକାକୁ ଅତ୍ୟନ୍ତ ଅମାନବୀୟ ଭାବେ ବଳାକ୍ରାର କରାଯାଇଥିଲା । ଅଭିଯୁକ୍ତ ମୁସ୍ତାକ୍ ନାବାଳିକାକୁ ଚକୋଲେଟ୍ ଦେବା ବାହାନାରେ ଏକ ଅନ୍ଧାରିଆ ସ୍ଥାନକୁ ଟେକି ନେଇ ଅତ୍ୟନ୍ତ ଅମାନବୀୟ ଭାବେ ବଳାକ୍ରାର କରିଥିଲା । ତେବେ କାଳେ ନାବାଳିକା ଜଣକ ଘଟଣା ସମ୍ପର୍କରେ କାହାରିକୁ ପ୍ରକାଶ କରିଦେବ ଆଶଙ୍କା କରି ଅଭିଯୁକ୍ତ ପ୍ରମାଣ ନଷ୍ଟ କରିବା ପାଇଁ ତା’ ମୁନ୍ଦକୁ ଏକ କାନ୍ଥରେ ପିଟି ଦେଇଥିଲା । ଏହାପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପରିବାର ଲୋକେ ନାବାଳିକାକୁ ବହୁତ ଖୋଜାଖୋଜି କରିବା ପରେ ତାକୁ ସ୍କୁଲ୍ ବାରନ୍ଦା ନିକଟରୁ ଅତ୍ୟନ୍ତ ମୁର୍ମୂଷୁ ଅବସ୍ଥାରେ ପାଇଥିଲେ । ଏହା ପରେ ତାକୁ ଚିକିତ୍ସା ପାଇଁ ପ୍ରଥମେ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ତାର ସ୍ୱାସ୍ଥ୍ୟବସ୍ଥା ଆହୁରି ଖରାପ ହେବାକରୁ ତାକୁ ସଙ୍ଗେ ସଙ୍ଗେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା । ମେଡିକାଲରେ ୧୩ ଜଣିଆ ଡାକ୍ତରୀ ଟିମ୍ ତାଙ୍କୁ ଚିକିତ୍ସା କରୁଥିଲେ । ଚିକିତ୍ସିତ ଅବସ୍ଥାରେ ଏପ୍ରିଲ୍ ୨୯ ତାରିଖରେ ପୀଡିତା ଜଣକ ବଡ ଡାକ୍ତରଖାନାରେ ଆଖି ବୁଜିଥିଲେ । ଏହି ମାମଲାରେ ସାଲେପୁର ପୁଲିସ୍ ତଦନ୍ତ କରି ଅଭିଯୁକ୍ତ ମହମ୍ମଦ ମୁସ୍ତାକ(୩୦)କୁ (ମାମଲା-୮୧/୨୦୧୮) ଆଇପିସିର ୩୭୬(୨) (ଆଇ) (ଏମ୍)/୩୦୭ ଆଇପିସି, ଆର୍/ଡ଼ବ୍ଲୁ ସେକ୍ସନ୍-୬ ପୋକ୍ସୋ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏଭଳି ସ୍ପର୍ଶକାତର ଘଟଣାକୁ ନେଇ ସାରା ରାଜ୍ୟରେ ବିକ୍ଷୋଭ, ପ୍ରତିବାଦ ସଭା ଜାରି ରହିଥିବାବେଳ ଏହି ମାମଲାକୁ ପୁଲିସ୍ ରେଡ୍ ଫ୍ଲାଗ୍ର ଅନ୍ତର୍ଭୁକ୍ତ କରି ତଦନ୍ତ ଚଳାଇଥିଲା । ପୁଲିସ୍ ଏହି ମାମଲାରେ ଅଭିଯୁକ୍ତ ନିକଟରୁ ଅଧିକ ତଥ୍ୟ ହାସଲ କରିବା ପାଇଁ ତାକୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ମଧ୍ୟ ରିମାନ୍ଦରେ ନେଇଥିଲା । ଏହି ଘଟଣାରେ ସାଲେପୁର ଥାନା ଅଧିକାରୀ ଦେବେନେ୍ଦ୍ର କୁମାର ମଲ୍ଲିକ୍ଙ୍କୁ ଏହାର ତଦନ୍ତ ଭାର ଦିଆଯାଇଥିଲା । ପୁଲିସ୍ ଏହି ମାମଲାରେ ଉପଯୁକ୍ତ ତଦନ୍ତ କରି ଘଟଣା ଘଟିବାର ମାତ୍ର ୧୯ ଦିନ ପରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ସଂଖ୍ୟା- ୮୧/୨୦୧୮), ଭାରତୀୟ ଦନ୍ଦବିଧି ଆଇନର ୩୭୬(କ), (ଖ), ୩୦୨ ଏବଂ ପୋଷ୍କୋ ଆଇନର ୬ ଧାରା ଆଧାରରେ ୫ ଶହ ପୃଷ୍ଠାର ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା । ଏହି ପରିପ୍ରେକ୍ଷୀରେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ କଟକର ପୋକ୍ସୋ ଅଦାଲତରେ ଏହାର ତ୍ୱରିତ ଶୁଣାଣି ଆରମ୍ଭ ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଘଟଣାରେ ପୋକ୍ସୋ କୋର୍ଟରେ ଅକ୍ଷୟ କୁମାର ନାୟକଙ୍କୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକୁ୍ୟଟର ଭାବେ ନିଯୁକ୍ତି ଦିଆଯାଇଥିଲା । ଏହି ମାମଲାରେ ସମୁଦାୟ ୪୬ ସାକ୍ଷୀ ମଧ୍ୟରୁ ୨୩ ଜଣଙ୍କର ପ୍ରସିକୁ୍ୟସନ୍ ସାକ୍ଷ୍ୟ ଗ୍ରହଣ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*