ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା ଡିଜିପିଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଭୁବନେଶ୍ୱର

ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ନାବାଳିକା ଯୁବତୀଙ୍କୁ ଦୁଷ୍କର୍ମ ପରେ ଗର୍ଭପାତ କରାଇବା ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ଏଭଳି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇଛନ୍ତି ପୁଲିସ ଡିଜିପି ଶ୍ରୀ ଅଭୟ । ଏହି ଘଟଣା ହୃଦୟବିଦାରକ ହୋଇଥିବାରୁ କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ପାଇଁ ନିଦେ୍ର୍ଦଶ ଦେଇଛନ୍ତି ଶ୍ରୀ ଅଭୟ । ନିଦେ୍ର୍ଦଶ ପାଇବା ପରେ ଏହି ଟିମ୍ ଘଟଣାର ଖୋଳତାଡ଼ ଆରମ୍ଭ କରିଛି । ଡିଜିପିଙ୍କ ନିଦେ୍ର୍ଦଶ ପରେ କ୍ରାଇମବ୍ରାଞ୍ଚ ଟିମ ସୁନ୍ଦରଗଡ଼ ଯାତ୍ରା କରିଛି । କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ରାଇବଗା ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗକୁ ପୁଲିସ ଡିଜି ଗମ୍ଭୀରତାର ସହ ନେଇଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଏସପିଙ୍କ ତତ୍ତ୍ୱାବଧାନରେ ଜଣେ ଡିଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ସୁନ୍ଦରଗଡ଼ ଗସ୍ତ କରିଛି । ଏହି ମାମଲାରେ ଜଣେ ପୁଲିସ ଅଧିକାରୀଙ୍କ ନାଁରେ ଅଭିଯୋଗ ଆସିଛି । ତେଣୁ ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । ତେଣୁ ସବୁଦିଗକୁ ଧ୍ୟାନ ଦେଇ ନିରପେକ୍ଷ ଭାବେ ତଦନ୍ତ କରାଯିବ । ଘଟଣାରେ ଯେଉଁମାନେ ଦୋଷୀ ବୋଲି ପ୍ରମାଣିତ ହେବେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଘଟଣାରେ ବୀରମିତ୍ରପୁର ଥାନା ଆଇଆଇସି ଓ ଡାକ୍ତରଙ୍କ ସମେତ ୬ ଜଣଙ୍କ ନାଁରେ ସୁନ୍ଦରଗଡ଼ ଡିସିପିଓ ରାଏବଗା ଥାନାରେ ଏତଲା ଦେଇଛନ୍ତି । ଏତଲା ପରେ ଥାନା ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ନିଲମ୍ବିତ ଆଇଆଇସି ଫେରାର ଥିବାରୁ ତାଙ୍କୁ ଠାବ କରିବାକୁ ଉଦ୍ୟମ କରାଯାଉଛି ବୋଲି ଏଡିଜି କହିଛନ୍ତି । ସୂଚନାଯୋଗ୍ୟଯେ, ଜଣେ ନାବାଳିକାକୁ ସାବତ ବାପା, ଦୁଇପ୍ରେମିକ ଏକାଧିକ ଥର ଦୁଷ୍କର୍ମ କରିଥିଲେ । ପରେ ନାବାଳିକାର ବେଆଇନ ଭାବେ ଗର୍ଭପାତ କରାଯାଇଛି । ଏଥିରେ ଡାକ୍ତର ଓ ପୁଲିସ ବାବୁଙ୍କର ମଧ୍ୟ ସଂପୃକ୍ତି ରହିଥିବା ସୁନ୍ଦରଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବତ୍ସ ଜେନା ଥାନାରେ ଏତଲା ଦାୟର କରିଥିଲେ । ପୁଲିସ ଉକ୍ତ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ରାଜ୍ୟରେ ନାବାଳିକା ଦୁଷ୍କର୍ମ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଡିଜିିପି ଶ୍ରୀ ଅଭୟ । ଏଭଳି କାନ୍ଦ ଭିଆଉଥିବା ଅପରାଧୀମାନଙ୍କ ବିରୋଧରେ କଠୋରରୁ କଠୋର ଦନ୍ଦ ବିଧାନ କରିବାକୁ ସେ ନିଦେ୍ର୍ଦଶ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*