ନାଚ ମାଧ୍ୟମରେ ସଚେତନ କରିଲେ, ନିଜ ରୋଜଗାରରେ ମାସ୍କ, ସାନିଟାଇଜର ବାଣ୍ଟିଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ବିଶ୍ୱରେ ଦେଖା ଦେଇଥିବା କୋରନା ମହାମାରୀକୁ ମୁକାବିଲା କରିବା ପାଇଁ ସମସ୍ତେ ଏକାଠି ହୋଇଛନ୍ତି । ଭାରତରେ ବହୁ ମାତ୍ରାରେ କୋରନା ମହାମାରୀରୁ ବଞ୍ଚôବା ପାଇଁ ବିଭିନ୍ନ ସଂଗଠନ ସଚେତନତା କାର୍ଯ୍ୟକ୍ରମ କରୁଥିବା ବେଳେ ଓଡ଼ିଶାରେ ଦୁଇଟି କୋରନା ରୋଗୀ ଚିହ୍ନଟ ହେବା ପରେ ଓଡ଼ିଶାବାସୀ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏସବୁର ମୁକାବିଲା ପାଇଁ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଟିଜି ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା କିନ୍ନରଙ୍କ ନେତୃତ୍ୱରେ ଆଜି ବହୁ କିନ୍ନରମାନେ ହାତରେ ପ୍ଲାକାର୍ଡ଼ ଧରି, ମୁହଁରେ ମାସ୍କ ପିନ୍ଧି ରେଲ୍ୱେ ଷ୍ଟେସନ, ବସ୍ଷ୍ଟାନ୍ଦ, ଅଟୋ·ଳକ, ପଥ·ରୀ ଓ ଦୋକାନୀମାନଙ୍କୁ ସଚେତନ କରାଇବା ସହ ମାଗଣାରେ ମାସ୍କ ଓ ସାନଟାଇଜର୍ସ ବାଣ୍ଟିଥିଲେ । ଏହି କାର୍ଯ୍ୟକ୍ରମରେ ନିଖିଳ ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗୀ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ଯୋଗ ଦେଇ କିନ୍ନରମାନଙ୍କ ଏଭଳି ଉଦ୍ୟମକୁ ସାଧୁବାଦ ଜଣାଇବା ସହ ସହଯୋଗର ହାତ ବଢାଇଥିଲେ । ଏଥିରେ ବଂଶିକା କିନ୍ନର, ପୂଜା କିନ୍ନର, ଆରୋହୀ କିନ୍ନର, ଶୁଭ କିନ୍ନର, ପି୍ରୟଙ୍କା କିନ୍ନର, ଯମୁନା କିନ୍ନର, ପାୟଲ କିନ୍ନର ପ୍ରମୁଖ ଲୋକମାନଙ୍କ ମୁହଁରେ ମାସ୍କ, ହାତ ଧୋଇବା ପାଇଁ ସାବୁନ ଓ ହାତକୁ ପରିଷ୍କାର ରଖିବା ପାଇଁ ହ୍ୟାନ୍ଦ ୱାସ୍ ପ୍ରଦାନ କରିଥିଲେ । ପ୍ରତ୍ୟେକ ଦିନ ଗଳିକନ୍ଦି, ସାହିବସ୍ତି, ହାଟ ଓ ବଜାର ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସଭାପତି ମେନକା କିନ୍ନର କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*