ନାଗରିକତା ବିଲ୍‌ ନେଇ ମୋଦୀ ସରକାରଙ୍କ ସହ ଶିବସେନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ

ନାଗରିକତା ସଂଶୋଧନ ବିଲ୍‌ ଉପରେ ମୋହର ଲଗାଇସାରିଛି ମୋଦୀ କ୍ୟାବିନେଟ୍‌ । ଏହି ବିଲକୁ କଂଗ୍ରେସ ସମେତ ଅନେକ କିଛି ଦଳ ବିରୋଧ କରୁଛନ୍ତି । ତେବେ କଂଗ୍ରେସ ସହ ମହାରାଷ୍ଟ୍ରରେ ସରକାର ଗଠନ କରିଥିବା ଶିବସେନା ଏହି ବିଲକୁ ସମର୍ଥନ ଦେଇଛି ।
ଶିବସେନା ନେତା ସଂଜୟ ରାଉତ କହିଛନ୍ତି ଯେ, ଆମେ ସବୁବେଳେ ଅନୁପ୍ରବେଶକାରୀ ବିରୋଧରେ ରହିଆସୁଛୁ । ମୁମ୍ବାଇରେ ଆମେ ବାଂଲାଦେଶୀଙ୍କୁ ନେଇ ହେଉଥିବା ସମସ୍ୟାର ସମ୍ମୁଖିନ ହେଉଛୁ । ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ଆମେ ସବୁବେଳେ ଯେକୌଣସି ସରକାର ଥା’ନ୍ତୁ ନା କାହିଁକି ତାଙ୍କ ସହ ରହିଛୁ । ସେ ଆହୁରି କହିଛନ୍ତି ଯେ, ପ୍ରତି ରାଜ୍ୟରେ ବିଲ୍‌ ସମ୍ପର୍କରେ ଭିନ୍ନଭିନ୍ନ ରାୟ ରହୁଛି । ଅନ୍ୟଙ୍କ ମତାମତ ନେବା ମଧ୍ୟ ଦରକାର । ଆସାମରେ ଭାଜପା ମୁଖ୍ୟମନ୍ତ୍ରୀ ଏହାକୁ ବିରୋଧ କରୁଛନ୍ତି । ମୁଁ କୌଣସି ଧର୍ମ ସମ୍ପର୍କରେ ଚିନ୍ତିତ ନୁହେଁ । ମୁଁ ଭଲଭାବେ ଜାଣିଛି ମୁମ୍ବାଇରେ କ’ଣ ହେଉଛି । ଆମେ ଅପେକ୍ଷାରେ ଅଛୁ, କେବେ ଏହି ବିଲ୍‌ ସଂସଦକୁ ଆସିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*