ନାଁ ବଦଳାଇଲା ବିଶ୍ୱ ଆଥଲେଟିକ୍ସ ସଂଘ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଲଣ୍ଡନ

ବିଶ୍ୱ ଆଥଲେଟିକ୍ସ ସଂଘ ଆନୁଷ୍ଠାନିକ ଭାବରେ ନିଜ ନାମ ପରିବର୍ତ୍ତନ କରିଛି । ଆଇଏଏଏଫ୍‌ ବା ଦ ଇଣ୍ଟରନ୍ୟାସନାଲ ଆସୋସିଏସନ୍‌ ଅଫ୍‌ ଆଥଲେଟିକ୍ସ ଫେଡେରେସନ୍‌ ନାଁ ରେ ଦୀର୍ଘବର୍ଷ ଏହି ଅନୁଷ୍ଠାନ କାର୍ଯ୍ୟ କରୁଥିଲା । ହେଲେ ଏବେ ଏହା ପରିବର୍ତ୍ତିତ ହୋଇଯାଇଛି ୱାର୍ଲ୍ଡ ଆଥଲେଟିକ୍ସ ବା ବିଶ୍ୱ ଆଥଲେଟିକ୍ସ ଭାବରେ । ଖେଳକୁ ଅଧିକ ବ୍ୟାପ୍ତ କରିବା ପାଇଁ ଆମେ ନାମରେ ପରିବର୍ତ୍ତନ କରିଛୁ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ବର୍ତ୍ତମାନର ବିଶ୍ୱ ଆଥଲେଟିକ୍ସ ୧୯୧୨ ମସିହାରେ ଇଣ୍ଟରନ୍ୟାସନାଲ ଆମେଚର ଆଥଲେଟିକ୍ସ ଫେଡେରେସନ୍‌ ଭାବରେ ଗଢା ହୋଇଥିଲା । ୨୦୦୧ରେ ଏହା ଆଇଏଏଏଫ୍‌ରେ ପରିବର୍ତ୍ତନ କରିଥିଲା ନିଜ ନାଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*