ନଳିନୀକାନ୍ତ ସ୍ମାରକୀ ବ୍ୟାଡମିଣ୍ଟନ: ସ୍ୱାଧୀନ ଓ ଶ୍ରୁତି ଚମ୍ପିଆନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ସ୍ଥାନୀୟ ପୂର୍ବତଟ ରେଳବାଇ ଇନେ୍ଦାର ଷ୍ଟାଡିୟମରେ ରବିବାର ଉଦ୍‌ଯାପିତ ହୋଇଛି ୬ଷ୍ଠ ନଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ର୍ୟାଙ୍କିଙ୍ଗ ବ୍ୟାଡମିଣ୍ଟନ ପ୍ରତିଯୋଗିତା । ଏଥିରେ ପୁରୁଷ ସିଙ୍ଗିଲ୍ସରେ ଭୁବନେଶ୍ୱରର ସ୍ୱାଧୀନ ଗୌଡ ଚମ୍ପିଆନ ହୋଇଛନ୍ତି । ସେ ମୂରଲୀ କି୍ରଷ୍ଣାଙ୍କୁ ୨୧-୧୭ ଓ ୨୧-୧୩ରେ ହରାଇଥିଲେ । ସେହିପରି ମହିଳା ବର୍ଗରେ କଟକର ଶ୍ରୁତି ସ୍ୱାଇଁ, ସମ୍ବଲପୁରର ପ୍ରଶଂସା ଦାସଙ୍କୁ ୨୧-୯ ଓ ୨୧-୧୨ରେ ହରାଇ ଟାଇଟଲ ଜିତିଛନ୍ତି । ଏମାନଙ୍କ ବ୍ୟତିତ ୧୫ ବର୍ଷରୁ ବାଳକ ବର୍ଗରେ ଆର୍ଯ୍ୟ ମାଝି, ୧୫ ବର୍ଷରୁ କମ୍‌ ବାଳିକା ବର୍ଗରେ ଶ୍ରେୟା ବିଶ୍ୱାଳ, ୧୭ ବର୍ଷରୁ କମ୍‌ ବାଳକ ଓ ବାଳିକା ବର୍ଗରେ ଯଥାକ୍ରମେ ତୌସିଫ୍‌ ଖାଁ, ଶ୍ରୁତି ସ୍ୱାଇଁ, ୧୯ ବର୍ଷରୁ କମ୍‌ ବାଳକ ବର୍ଗରେ ନନ୍ଦିସ ପୋଦାର ଚମ୍ପିଆନ୍‌ ହୋଇଛନ୍ତି । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ତଥା ରାଜ୍ୟ ବ୍ୟାଡମିଣ୍ଟନର ସଂଘର ସଭାପତି ରୋହିତ ପୂଜାରୀ, ଅନୁଗୁଳ ସୁକିନ୍ଦା ରେଳବାଇ ଏମ୍‌ଡି ଦିଲୀପ ସାମନ୍ତରାୟ, ପୂର୍ବତଟ ରେଳବାଇର ଜିଏମ୍‌ ବିଦ୍ୟା ଭୂଷଣ ଏବଂ ଆୟୋଜକ ସଂଘର ସଭାପତି ପୃଥ୍ୱୀବଲ୍ଲଭ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପୁରସ୍କାର ପ୍ରଦାନ ସକାଙ୍ଗକୁ ଜଣେ ମହିଳା ଓ ତିନି ଜଣ ବାଳକ ଖେଳାଳିଙ୍କୁ ବିଶେଷ ପ୍ରଦର୍ଶନ ସକାଶେ ଅର୍ଥ ପୁରସ୍କାର ଦିଆଯାଇଥିଲା । ସେମାନେ ହେଲେ ପ୍ରଶଂସା ଦାସ, ତୌସିଫ୍‌ ଖାଁ, ଆୟୁଷ ଦାସ, ପାର୍ଥସାରଥୀ ମିଶ୍ର । ଏହି ଅବସରରେ ପାରା ବ୍ୟାଡମିଣ୍ଟନର ବିଶ୍ୱ ଚମ୍ପିଆନ୍‌ ଅର୍ଜୁନ ବିଜେତା ପ୍ରମୋଦ ଭଗତଙ୍କୁ ବିଶେଷ ଭାବେ ସମ୍ମାନୀତ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*