ନର୍ଥଇଷ୍ଟକୁ ହରାଇ ପ୍ଲେ ଅଫ୍‌ ଆଶା ବଢ଼ାଇଲା ଓଡ଼ିଶା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ପୁଣିଥରେ ଘରୋଇ ପଡ଼ିଆ କଳିଙ୍ଗ ଷ୍ଟାଡିୟମ୍‌ରେ ଜମାଣିଆ ଫୁଟ୍‌ବଲ ଦେଖାଇ ଓଡ଼ିଶା ଏଫ୍‌ସି ୨-୧ ଗୋଲ୍‌ରେ ନର୍ଥଇଷ୍ଟ ୟୁନାଇଟେଡ୍‌କୁ ପରାଜିତ କରି ପ୍ଲେ ଅଫ୍‌ରେ ଖେଳିବାର ଆଶା ବଢ଼ାଇଛି । ଗୋଟିଏ ଗୋଲ୍‌ ଖାଇବା ପରେ ସେ ଅବସ୍ଥାରୁ ବାହାରି ୨-୧ରେ ମ୍ୟାଚ୍‌ ଜିତିଛି ଘରୋଇ ଦଳ । ଶୁକ୍ରବାର ଖେଳର ୨୪ତମ ମିନିଟ୍‌ରେ ନର୍ଥଇଷ୍ଟ ପକ୍ଷରୁ ମାର୍ଟିନ ପ୍ରଥମ ଗୋଲ୍‌ ଦେଇଥିଲେ । ତେବେ ଦ୍ୱିତୀୟ ହାଫ୍‌ରେ ୪୬ତମ ମିନିଟ୍‌ ମାନୁଏଲ୍‌ ଏବଂ ୭୨ତମ ମିନିଟ୍‌ରେ ପେରେଜ ଗୋଲ୍‌ କରିବାରୁ ଓଡ଼ିଶା ଦଳ ମ୍ୟାଚ୍‌କୁ ଜିତିନେଇଛି । ଫଳରେ ୧୭ଟି ମ୍ୟାଚ୍‌ ପରେ ଓଡ଼ିଶା ୨୪ ପଏଣ୍ଟ ସହ ୫ମ ସ୍ଥାନରେ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*