ନଭେମ୍ବର ୮ରେ ରିଲିଜ ହେବ ‘ପାଟଣାଗଡ଼’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲାଙ୍ଗୀର ଜିଲ୍ଲାର ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସର୍ଲ ବୋମା ବିସ୍ଫୋରଣ ଘଟଣା ଉପରେ ନିର୍ମିତ ଫିଲ୍ମ ‘ପାଟଣାଗଡ଼’ ଆସନ୍ତା ନଭେମ୍ବର ୮ରେ ରିଲିଜ ହେବାକୁଯାଉଛି । ଏକାଥରକେ ଓଡ଼ିଆ, ହିନ୍ଦୀ ଏବଂ ତେଲୁଗୁ ଭାଷାରେ ରିଲିଜ ହେବାକୁ ଥିବା ଏହି ଫିଲ୍ମରେ ବଲିଉଡ୍‌ ଅଭିନେତା ଅତୁଲ୍‌ କୁଲକର୍ଣ୍ଣୀ, ୟଶପାଲ ଶର୍ମା, ଓଡ଼ିଆ ଅଭିନେତା ମନୋଜ ମିଶ୍ର, ପୁଷ୍ପା ପନ୍ଦା, ଅନୁ ଚୌଧୂରୀ, ତେଲୁଗୁ ଅଭିନେତା ଥନିକେଲ୍ଲା ଭାରାଣୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି ।
ଏଥିସହ ଫିଲ୍ମଟି ଆସନ୍ତା ନଭେମ୍ବର ୮ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବାକୁ ଥିବା ୨୫ତମ କୋଲକାତା ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ (କେଆଇଏଫ୍‌ଏଫ୍‌)ରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି । ୨୦୧୮ ଫେବୃଆରୀ ୨୩ରେ ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ଘଟଣା ଉପରେ ଫିଲ୍ମର କାହାଣୀ ଆଧାରିତ । ଘଟଣାର ମୁଖ୍ୟ ଅପରାଧୀ ପୁଞ୍ଜିଲାଲ ମେହେର ଭୂମିକାରେ ନଜରକୁ ଆସିବେ ଲୋକପ୍ରିୟ ଅଭିନେତା ମନୋଜ ମିଶ୍ର । ସେହିପରି ସେତେବେଳେ ମାମଲାର ତଦନ୍ତକାରୀ ଅଧିକାରୀ ଥିବା ଓଡ଼ିଶା କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ଭୂମିକାରେ ଅଭିନୟ କରିଛନ୍ତି ଲୋକପ୍ରିୟ ବଲିଉଡ୍‌ ଅଭିନେତା ଅତୁଲ କୁଲକର୍ଣ୍ଣୀ । ଅତୁଲ କିପରି ତଦନ୍ତ କରି ଘଟଣାର ପର୍ଦ୍ଦାଫାଶ କରିଥିଲେ ଏବଂ ପାର୍ସଲ ବୋମା ପଠାଇଥିବା ଅପରାଧୀକୁ ଖୋଜି ବାହାର କରିଥିଲେ ତାହାକୁ ନିଜ ଦମ୍‌ଦାର ଅଭିନୟ ମାଧ୍ୟମରେ ଉପସ୍ଥାପନ କରିବେ । ପୂର୍ବରୁ ସେ ‘କ୍ରାଇମ୍‌ ପେଟ୍ରୋଲ’ ଓ ‘ସାବଧାନ ଇନ୍ଦିଆ’ ଭଳି ଶୋ’ରେ ପୁଲିସ ଭୂମିକାରେ ଅଭିନୟ କରି ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଫିଲ୍ମର ପ୍ରଯୋଜନା ଶ୍ରୀଧର ମାର୍ଥା କରିଥିବା ବେଳେ ନିଦେ୍ର୍ଦଶନା ଦେଇଛନ୍ତି ରାଜେଶ ଟଚରିଭର୍‌ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*