ନଭେମ୍ବର ସୁଦ୍ଧା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ ଟିକା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ବେଜିଂ
ଚୀନର ଉହାନ ସହରରୁ ଆସିଥିବା ଯେଉଁ କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଛି ସେହି ଚାଇନାରୁ ଏବେ ଆସିଛି ଆଶ୍ୱସ୍ଥ କଲା ଭଳି ଖବର । ଚୀନ ଦ୍ୱାରା ପ୍ରସ୍ତୁତ ହେଉଥିବା କରୋନା ଭାଇରସ୍‌ ଟିକା ଚଳିତ ବର୍ଷ ନଭେମ୍ବର ସୁଦ୍ଧା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ । କରୋନା କାଳରେ ନିଶ୍ଚିତ ଭାବେ ଏହା ଖୁସିର ଖବର । କାରଣ ବିଶ୍ୱର ଅନେକ ଦେଶରେ ପ୍ରସ୍ତୁତ ଟିକା ଆସନ୍ତା ବର୍ଷ ବଜାରକୁ ଆସିବାର ଅନୁମାନ କରାଯାଉଛି ।
ଚୀନର ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆନ୍ଦ ପ୍ରିଭେନସନ୍‌ର ଜଣେ ଅଧିକାରୀ କହିଛନ୍ତି ଯେ, ନଭେମ୍ବର ସୁଦ୍ଧା ଚୀନ ଟିକା ବଜାରକୁ ଆସିବ । ବର୍ତ୍ତମାନ ଚୀନରେ ୪ଟି କରୋନା ଟିକା ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି । ଏଥିରୁ ୩ଟି ଟିକାକୁ ଜୁଲାଇରେ କରୋନା ଯୋଦ୍ଧାଙ୍କୁ ଜରୁରୀକାଳୀନ ଚିକିତ୍ସା ପାଇଁ ଦିଆଯାଇଥିଲା । ରିପୋର୍ଟ ଅନୁସାରେ କିଛି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଦ୍ରୁତ ଗତିରେ ଚାଲିଛି ଏବଂ ଏହାର ପରିଣାମ ଭଲ ରହିଛି । ଆଶା ନଭେମ୍ବର ଓ ଡିସେମ୍ବରରେ ସାଧାରଣ ଲୋକେ ଏହି ଟିକାକୁ ବ୍ୟବହାର କରିପାରିବେ । ପୂର୍ବରୁ ଯେଉଁମାନେ ଟିକା ନେଇଥିଲେ ସେମାନଙ୍କ କ୍ଷେତ୍ରରେ ଏହାର କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ସୂଚନାଯୋଗ୍ୟ ଯେ, ଚୀନର ସିନୋଫାର୍ମ ଏବଂ ଆମେରିକାର ସିନୋବେକ୍‌ ବାୟୋଟେକ୍‌ ମିଳିତ ଭାବେ ଜରୁରୀକାଳୀନ ଚିକିତ୍ସା ପାଇଁ ୩ଟି ଟିକା ପ୍ରସ୍ତୁତ କରୁଥିଲା ବେଳେ କନସିନୋ ବାୟୋଲୋଜିକ୍ସ ପକ୍ଷରୁ ଆଉ ଏକ ଟିକା ପ୍ରସ୍ତୁତ ଚାଲିଛି । ଜୁନ୍‌ରେ ଏହି ଟିକାକୁ ଚୀନସେନା ବ୍ୟବହାର କରିବା ପାଇଁ ମଞ୍ଜୁରୀ ମିଳିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*