ନବୀନ ଯାହା କହନ୍ତି ତାହା କରନ୍ତି,ଓଡ଼ିଆ ବିଶ୍ୱବିଦ୍ୟାଳୟ କଥା ହେଲା କ’ଣ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବିଜ୍ଞାପନରେ ଏବଂ ଦଳୀୟ ନିର୍ବାଚନ ଇସ୍ତାହାରରେ ନବୀନ ବାବୁ ଛାତିରେ ହାତ ପିଟି କହିଥିଲେ ଯେ, ସିଏ ଯାହା କହନ୍ତି ତାହା କରନ୍ତି । କାମରେ କୁଆଡେ ତାଙ୍କର ଅଗାଧ ବିଶ୍ୱାସ । ଗୌରୀଶଙ୍କରଙ୍କ ପରେ ଦ୍ୱିତୀୟ କର୍ମବୀର ହେଲେ ନବୀନ ବାବୁ । ସେ ଯାହା ପ୍ରତିଶ୍ରୁତି ଦେଇଥାନ୍ତି, ସେସବୁକୁ ନିଶ୍ଚିତ ପାଳନ କରିଥାନ୍ତି । ଏକଥା ସେ ନିଜେ ନିର୍ବାଚନ ଇସ୍ତାହାରରେ କହିଚନ୍ତି । ସତରେ ସେ ପ୍ରତିଶ୍ରୁତି ପାଳନ କରନ୍ତି ।
ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ କେବିକେ ଜିଲାରେ କରିବେ ବୋଲି ୨୦୧୪ରେ କହିଥିଲେ ମୁଖିଆ । ୬ ବର୍ଷ ଗଲାଣି ଆଉ ସେ କଥା ଜମାରୁ ଉଠଉନାହାଁନ୍ତି । ଯେଉଁଟା ଅଛି, ତା’ ଅବସ୍ଥା ମଧ୍ୟ ବାରନ୍ଦା ଦି’କଡା ହେଇଗଲାଣି । ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ପରି ଆଉ ଫାଇଦା ନାହିଁ ବୋଲି ବୋଧହୁଏ ମୁଖିଆ ବୁଝିଯାଇଚନ୍ତି ।
ଚାଷ ପରେ ଆସିବା ଭାଷା ପ୍ରସଙ୍ଗକୁ । ଓଡ଼ିଆ ଭାଷା ଯଉଁଦିନ ଶାସ୍ତ୍ରୀୟ ମାନ୍ୟତା ପାଇଲା, ସେଦିନ ଓଡ଼ିଆ ପନ୍ଦିତଙ୍କ ପରି ମୁଖିଆ ମିଠା ବାଣ୍ଟିଲେ ଓ ଖାଇଲେ । ଛୁଟି ଘୋଷଣା ବି କରିପକାଇଲେ । ଲାଗିଲା ସତେଯେମିତି ମୁଖିଆଙ୍କଠୁ ଓଡ଼ିଆ ଭାଷା ପ୍ରେମିକ ଆଉ କେହି ନାହିଁ । ବହୁତ କଷ୍ଟ ଓ ବାଧ୍ୟବାଧକତାରେ ଓଡ଼ିଆକୁ ସରକାରୀ ଭାଷା କରିଚନ୍ତି ଯେ ମୁଖିଆ, କିନ୍ତୁ ସବୁ କାମ ଇଂରାଜୀରେ ହଉଚି । ୨୦୧୮ ମସିହା ସେପ୍ଟେମ୍ବର ମାସରେ ମୁଖିଆ ନିଷ୍ପତ୍ତି ନେଲେ ଯେ ଏକ ଓଡ଼ିଆ ବିଶ୍ୱବିଦ୍ୟାଳୟ ହେବ । ବକୁଳ ବନରେ ପ୍ରତିଷ୍ଠା ହେବ ଏହି ବିଶ୍ୱବିଦ୍ୟାଳୟ । ସେଇଟି ଗୋପବନ୍ଧୁ ବନ ବିଦ୍ୟାଳୟ ଖୋଲି ମଣିଷ ତିଆରି କରୁଥିଲେ । ଦ୍ୱିତୀୟ ଗୋପବନ୍ଧୁ ପରି ସେଇ ବକୁଳ ବନରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରି ମୁଖିଆ ଓଡ଼ିଆ ଭାଷାକୁ ସୁଦୃଢ କରିବା ପାଇଁ ବାହାରିପଡିଥିଲେ ଦି’ବର୍ଷ ଆଗରୁ । ଏକଥା ବି ମୁଖିଆ କହିଥିଲେ ଯେ ଆଦାନୀ ପାଇଁ ସିନା ଲକ୍ଷେ ଗଛ ପଦା କରିବେ ହେଲେ ଓଡ଼ିଆ ଭାଷା ପାଇଁ ବକୁଳ ବନରୁ ଗୋଟିଏ ବି ଗଛ କାଟିବେ ନାହିଁ । ଭାଷା ପ୍ରେମ ସାଙ୍ଗକୁ ଗଛ ପ୍ରେମ ବି କିଛି କମ୍‌ ନୁହେଁ ମୁଖିଆଙ୍କର ।
କେବେ ହବ ଓଡ଼ିଆ ବିଶ୍ୱବିଦ୍ୟାଳୟ? ଶିଶୁ ଶ୍ରେଣୀରୁ ଇଂରାଜୀରେ ଓଡ଼ିଆ ଛୁଆମାନେ କଥାବାର୍ତ୍ତା ହେବେ । ସେଥିପାଇଁ ଇଂରାଜୀ ଶିକ୍ଷକ ନିଯୁକ୍ତ ହେବେ ଗାଁ ସ୍କୁଲ ମାନଙ୍କରେ । ଓଡ଼ିଆ ଭାଷା ସ୍କୁଲରୁ ଉଠିଯିବା ଅବସ୍ଥାକୁ ଆସିଗଲାଣି । ବାପା-ମାଆ ଆଉ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ଛୁଆଙ୍କୁ ପଢାଇବାକୁ ଚାହୁଁନାହାଁନ୍ତି । ସମସ୍ତେ ଚାହାଁନ୍ତି ଇଂରାଜୀ ଲେଖିଶିଖୁ କହିଶିଖୁ । ଯଉଁଠି ସ୍କୁଲରୁ ଓଡ଼ିଆ ଭାଷାକୁ ତଣ୍ଟି ଚିପିବା ପାଇଁ ଉଦ୍ୟମ କରୁଚନ୍ତି ନବୀନ ବାବୁ, ସେଠି ଓଡ଼ିଆ ବିଶ୍ୱବିଦ୍ୟାଳୟ ହେଲେ କେତେ ନହେଲେ କେତେ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*