ନବୀନ ନିବାସ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ: ଉଠାଇ ନେଲେ ସୁରକ୍ଷା କର୍ମୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଭୁବନେଶ୍ୱର

ମୋତେ ନ୍ୟାୟ ଦେବାରେ ପୁଲିସ ବିଫଳ ହୋଇଛି । ମୁଁ ଆଉ ବଞ୍ଚôବାକୁ ଚାହେଁନାହିଁ । ଶେଷରେ ନବୀନ ନିବାସ ସମ୍ମୁଖରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ପାଇଁ ଶନିବାର ଉଦ୍ୟମ କରିଥିଲେ ଜଣେ ଯୁବକ । ସୁରକ୍ଷା କର୍ମୀମାନେ ତତ୍୍‌କ୍ଷଣାତ ଯୁବକଙ୍କୁ ଉଠାଇ ନେଇଥିଲେ । ଯୁବକଙ୍କୁ ପୁଲିସର କଡା ସୁରକ୍ଷା ବଳୟ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ଚିକିତ୍ସା ପରେ ତାଙ୍କୁ ଛାଡି ଦିଆଯାଇଥିବା ଜଣାପଡିଛି ।
ନିଆଳି ଥାନା ନିକଟସ୍ଥ ପହଙ୍ଗା ଗ୍ରାମର ରଘୁନାଥ ଓଝାଙ୍କୁ ତାଙ୍କ ଗ୍ରାମର କିଛି ଯୁବକ ୧ ତାରିଖ ଦିନ ମରଣାନ୍ତକ ଆକ୍ରମଣ କରିଥିଲେ । ଯୁବକଙ୍କ ମାଡରେ ରଘୁନାଥ ଗୁରୁତର ଆହତ ହୋଇଥିଲେ । ଏନେଇ ରଘୁନାଥ ନିଆଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କରିବାର ୨୦ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଗିରଫ କରିବାରେ ବିଫଳ ହୋଇଥିଲା । ପରେ ଆକ୍ରମଣକାରୀ ଯୁବକମାନେ ପୁଣି ଜୀବନରୁ ମାରି ଦେବାକୁ ଧମକ ଚମକ ଦେଉଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଗିରଫ କରିନଥିଲା । ଏନେଇ ମୁଁ ପୁଣି କଟକ ଏସ୍ଡିପିଓ, ପୁଲିସ ଡିଜିଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ମୋ କଥା ଶୁଣି ନଥିଲେ । ଶେଷରେ ନିରାଶ ହୋଇ ମୁଁ ଆତ୍ମହତ୍ୟା କରିବାକୁ ସ୍ଥିର କରିଛି ବୋଲି ରଘୁନାଥ କହିଛନ୍ତି । ଗାଁର କପିଳେନ୍ଦ୍ର ନାୟକ, ଚୁପକ ନାୟକ, ମାନସ ନାୟକ, ବ୍ରଜ କିଶୋର ପରିଡା, ସୁଧୀର ରାଉତ ଏବଂ ପ୍ରଭୁଚରଣ ନାୟକମାନେ ଏବେ ଖୁଲମଖୁଲା ଭାବେ ବୁଲୁଛନ୍ତି । ସେମାନଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଇ ଥାନା ଅଧିକାରୀ ସେମାନଙ୍କୁ ଗିରଫ କରୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଥାନା ଅଧିକାରୀ ଯଦି ୨୪ ଘଂଟା ଭିତରେ ଅଭିଯୁକ୍ତମାନଙ୍କୁ ଗିରଫ ନ କରନ୍ତି ତା ହେଲେ ମୁଁ ପୁଣି ଆତ୍ମହତ୍ୟା କରିବି ବୋଲି ରଘୁନାଥ ଧମକ ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*