ନବୀନଙ୍କ ମଦ ବିପ୍ଲବ ପାଇଁ ଅଜାଡ଼ି ପଡ଼ିଲାଣି ପ୍ରସ୍ତାବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଓଡ଼ିଶାର ମଦୁଆମାନେ ମୁଖିଆଙ୍କ ପରି ଫେମସ୍‌ ଗ୍ରାଉଜ୍‌ ଚାଖିପାରିବେ ନାହିଁ ସିନା, କିନ୍ତୁ ହାତପାହାଁନ୍ତାରେ ସେମାନଙ୍କୁ ଦେଶୀ ବିଦେଶୀ ଯୋଗାଇ ଦେବା ପାଇଁ ସରକାରଙ୍କ ଯୋଜନାକୁ ସବୁ ମହଲ ତାରିଫ୍‌ କରୁଚନ୍ତି । ମଦୁଆମାନେ ତ ମନ୍ଦିରକୁ ଯାଇ ସରକାରଙ୍କ ବଢନ୍ତା ଆୟୁଷ କାମନା କଲେଣି ।
ତେବେ ସୋସିଆଲ ମିଡିଆରେ ଚମକ୍ରାର ପ୍ରସ୍ତାବ ଦିଆଗଲାଣି ସରକାରଙ୍କୁ । ଓଡ଼ିଶାରେ ସବୁଜ ବିପ୍ଲବକୁ ଗୁଲିମାର । ଶିଳ୍ପ ବିପ୍ଲବ ଯାଉ ଚୁଲିକି । ଟଙ୍କିକିଆ ଚାଉଳ, ପାଞ୍ଚ ଟଙ୍କିଆ ଭାତ ଡାଲ୍‌ମା ଖାଇ ଦିହରୁ ଦରଜ କମାଇବା ଲାଗି ଏ ରାଜ୍ୟକୁ ଦରକାର ମଦ ବିପ୍ଲବ । ଯାହାକୁ ଯେତେ, ତାହା ପୁଣି ହାତପାହାଁନ୍ତାରେ । ସେଥିପାଇଁ ସାମାଜିକ ଗଣମାଧ୍ୟମରେ ଦିଆଯାଉଥିବା ପ୍ରସ୍ତାବକୁ ବିନା ଚିନ୍ତାଦକରେ ସରକାର ଗ୍ରହଣ କରିନେଲେ ବିପ୍ଲବ ଅଲ୍‌ବତ୍‌ ସଫଳ ହୁଅନ୍ତା ।
ରୁଦ୍ର ରଥ ଫେସ୍‌ବୁକ୍‌ରେ ୧୦ଟିକିଆ ଆଇଡିଆ ଦେଇଚନ୍ତି ସରକାରଙ୍କୁ । ତା’ ଭିତରୁ ବେଷ୍ଟ ଆଇଡିଆଗୁଡ଼ିକ ହେଲା- ଏକାମ୍ର ହାଟ ଓ ପ୍ରଦର୍ଶନୀ ପଡ଼ିଆରେ ଦେଶୀ ବିଦେଶୀ ଅସ୍ଥାୟୀ ମଦ ଦୋକାନ ଖୋଲୁ । ବାଦାମ୍‌ବାଡ଼ି ଓ ବସ୍‌ଷ୍ଟାନ୍ଦରେ ସନ୍ଧ୍ୟା ୬ରୁ ୧୦ ମଦ ଦୋକାନ ଖୋଲା ରହିଲେ ରାତ୍ରୀ ଯାତ୍ରୀମାନେ ସରକାରଙ୍କୁ ଆଶୀର୍ବାଦ ଦେବେ । ବଡ଼ବଡ଼ ହସ୍ପିଟାଲ ଆଗରେ ଖୋଲାଯାଉ ମଦ ଦୋକାନ । ରୋଗୀଙ୍କ ସହ ଆସୁଥିବା ସାଙ୍ଗସାଥୀମାନେ ଖାଲି ବସିବା ବଦଳରେ ମାଲ୍‌ ମାରିପାରିବେ । ଖେଳ ଚାଲିବା ସମୟରେ କଳିଙ୍ଗ ଓ ବାରବାଟି ଷ୍ଟାଡିୟିମ ବାହାରେ ଖୋଲୁ ଅସ୍ଥାୟୀ ମଦ କାଉଣ୍ଟର ।
ଦେବେନ୍ଦ୍ର ପୃଷ୍ଟି ଲେଖିଛନ୍ତି ଯେ ଇଞ୍ଜିନିୟରିଂ ଓ ମେଡିକାଲ କଲେଜ ଆଗରେ ବି ଖୋଲା ଯାଉ ମଦ ଦୋକାନ । ଏଠାରେ ମଦ ଉପରେ ସରକାର ଅତିରିକ୍ତ ସରଚାର୍ଜ ଲଗାଇଲେ ଅଧିକ ରାଜସ୍ୱ ମିଳିବ ।
ଆଉ ଜଣେ ଫେସ୍‌ବୁକ୍‌ ୟୁଜର ଲେଖିଛନ୍ତି ବାରି ଦେଖି ମନ୍ଦିର ଆଗରେ ଖୋଲୁ ଭ୍ରାମ୍ୟମାଣ ମଦ ଗାଡ଼ି । ଯେମିତି ସୋମବାର ଶିବ ମନ୍ଦିର ଆଗରେ, ମଙ୍ଗଳବାର ମଙ୍ଗଳାଙ୍କ ମନ୍ଦିର, ଗୁରୁବାର ଶିରିଡ଼ି ସାଇଙ୍କ ମନ୍ଦିର ଆଉ ଶନିବାର ଶନି ଏବଂ ବଜରଙ୍ଗିବାଲୀ ମନ୍ଦିର ଆଗରେ ଲଗାଯାଉ ମୋବାଇଲ ଲିକର ଗାଡ଼ି ।
ଆହୁରି ବହୁତ ଆଇଡିଆ ସରକାରଙ୍କୁ ଦେଇଛନ୍ତି ୟୁଜର୍ସମାନେ । ଏ ସବୁକୁ ଯଦି ମୁଖିଆ କାର୍ଯ୍ୟକାରୀ କରନ୍ତି ତ ଓଡ଼ିଶା ସବୁଠୁ ଧନୀ ରାଜ୍ୟରେ ପରିଣତ ହବ । ମଦୁଆ ଓ ମଦ ହେବ ଆମର ରାଜ୍ୟ ସିମ୍ବଲ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*