ନବୀନଙ୍କ ଆକାଶୀ ପରିଦର୍ଶନ ୮୯ ବ୍ଲକ, ୪୫ ଲକ୍ଷ ପ୍ରଭାବିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଭୁବନେଶ୍ୱର

ପ୍ରଳୟଙ୍କରୀ ବାତ୍ୟା ଅମ୍ପନ ବୁଧବାର ତାଣ୍ଡବ ରଚିଥିଲା । ଫନି ଭଳି ରାଜ୍ୟରେ କ୍ଷୟକ୍ଷତି କରିନଥିଲେ ହେଁ ୪ଟି ଜିଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଅମ୍ପନର ପ୍ରଭାବ ଦେଖିବାକୁ ମିଳିଥିଲା । ଗୁରୁବାର ଆକାଶମାର୍ଗରୁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ଓ ବାତ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ସ୍ଥିତି ଅନୁଧ୍ୟାନ ପରେ ହୋଇଥିବା କ୍ଷୟକ୍ଷତି ନେଇ ଚିନ୍ତାପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭିତ୍ତିଭୂମି କାର୍ଯ୍ୟ ତ୍ୱରିତ କରିବାକୁ ସେ ନିଦେ୍ର୍ଦଶ ଦେଇଛନ୍ତି । ଶୁକ୍ରବାର ସକାଳ ସୁଦ୍ଧା ସଡ଼କ ଯୋଗାଯୋଗ ସ୍ୱାଭାବିକ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ସେସୁ ଅଧୀନରେ ୨୪ଘଣ୍ଟା ଓ ନେସ୍କୋ ଅଧୀନରେ ଥିବା ବିଦୁ୍ୟତ୍‌ ଯୋଗାଣକୁ ୭୨ଘଣ୍ଟାରେ ସ୍ୱାଭାବିକ କରିବାକୁ କୁହାଯାଇଛି । ୩ଦିନ ଭିତରେ ଫସଲ ଓ ସପ୍ତାହକ ଭିତରେ ଘରଭଙ୍ଗା କ୍ଷୟକ୍ଷତିର ଆକଳନ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି ।
ମହାବାତ୍ୟା ଅମ୍ପନ ପ୍ରଭାବରେ ଓଡ଼ିଶାର ୪ଟି ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ୮୯ଟି ବ୍ଲକ ଅଧୀନରେ ଥିବା ୧୫୦୦ ଗ୍ରାମପଞ୍ଚାୟତରେ ରହୁଥିବା ୪୪ ଲକ୍ଷ ୮୦ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ରାଜ୍ୟ ସରକାର ପ୍ରାଥମିକ ଆକଳନ ରିପୋର୍ଟରେ ଦାବି କରିଛନ୍ତି । ଏହି ଝଡ଼ବାତ୍ୟା ଯୋଗୁଁ ରାଜ୍ୟର ଏକ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ୩୪ ଲକ୍ଷ ବିଦୁ୍ୟତ୍‌ ଉପଭୋକ୍ତା ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି କେନ୍ଦ୍ର ନିକଟରେ ରିପୋର୍ଟ ରଖାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*