ନବୀନଙ୍କ ଅହଂ ଓ ଈର୍ଷା କାରଣରୁ ଗଡ଼ିଗଲା ଦୁଇବର୍ଷ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

୨୦୧୮ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୋର୍ଦ୍ଧା ସମାବେସରେ ଯୋଗ ଦେବା ପାଇଁ ଆସିଥିବା ବେଳେ ପାଇକ ବିଦ୍ରୋହ ସ୍ମାରକୀ ଡାକ ଟିକଟ ଏବଂ ମୁଦ୍ରା ଲୋକାର୍ପଣ କରିଥିଲେ । ବର୍ଷକ ପରେ ସେହି ଡିସେମ୍ବରରେ ପାଇକ ବିଦ୍ରୋହ ସଂଗ୍ରହଶାଳାର ଭିତ୍ତିପ୍ରସ୍ତର ରଖିବା ପାଇଁ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏତେବେଳକୁ ହୁଏତ ସଂଗ୍ରହଶାଳାର ଲୋକାର୍ପଣ ପାଇଁ ଆସିଥାନ୍ତେ ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ।
କାହିଁକି ବିଳମ୍ବ ହୋଇଗଲା ଏହି ପ୍ରକଳ୍ପ?
କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅହଂକାର ଏବଂ ନିଜର ପ୍ରତିଦ୍ୱନ୍ଦ୍ୱୀ ବୋଲି ଭାବୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ତାଙ୍କର ଇର୍ଷା କାରଣରୁ ଦୁଇବର୍ଷ ଗଡ଼ିଗଲା ଏହି ପ୍ରକଳ୍ପର କାମ ଆରମ୍ଭ ହେବାକୁ । ଟଙ୍କା ଥିଲା । କିନ୍ତୁ ଜମି ଯୋଗାଇ ଦେଲେ ନାହିଁ ନବୀନ ସରକାର । ଏହି ସଂଗ୍ରହାଳୟଟି ରାଷ୍ଟ୍ରୀୟ ସମ୍ପଦ । କୌଣସି ଦଳ ବା ବ୍ୟକ୍ତିର ନୁହେଁ । ଏତିକି ବୁଝିପାରିଲେ ନାହିଁ ରାଜ୍ୟ ସରକାର ।
୨୦୧୭ରେ ଆଦ୍ୟ ସ୍ୱାଧୀନତା ସଂଗ୍ରାମର ମହାନ୍‌ ନିଦର୍ଶନ ପାଇକ ବିଦ୍ରୋହର ଇତିହାସକୁ ସ୍ମରଣୀୟ କରି ରଖିବା ନିମନ୍ତେ ଏକ ସଂଗ୍ରହାଳୟର ଚିନ୍ତା କରିଥିଲେ କେନ୍ଦ୍ର ସରକାର । ଅବଶ୍ୟ ଏହାର ସୂତ୍ରଧର ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର କ୍ୟାବିନେଟ୍‌ରେ ମଧ୍ୟ ଏସଂକ୍ରାନ୍ତ ଏକ ପ୍ରସ୍ତାବ ଗୃହୀତ ହୋଇସାରିଥିଲା । କିନ୍ତୁ ଅଟକିଗଲା ଜମିକୁ ନେଇ ।
ଏହି ପ୍ରସ୍ତାବିତ ପାଇକ ସଂଗ୍ରହାଳୟ ସକାଶେ କେନ୍ଦ୍ର ସରକାର ୧୦୦ କୋଟି ଏବଂ ଇନ୍ଦିଆନ୍‌ ଅଏଲ୍‌ କର୍ପୋରେସନ ୯୦ କୋଟି ଟଙ୍କା ମଞ୍ଜୁର କରିଥିଲେ ୨୦୧୮ ସେପ୍ଟେମ୍ବର ମାସରେ । କେନ୍ଦ୍ର ସରକାରଙ୍କ ଇଚ୍ଛା ଥିଲା ଯେ, ମହାନ୍‌ ସ୍ୱାଧୀନତା ସେନାନୀ ଜୟୀ ରାଜଗୁରୁଙ୍କ ୨୧୨ତମ ପୂଣ୍ୟତିଥିରେ ପାଇକ ସଂଗ୍ରହାଳୟର ଭିତ୍ତି ପକାଇବାକୁ । ପାଇକ ବିଦ୍ରୋହର ମହାନ୍‌ ନାୟକ ଥିଲେ ଜୟୀ ରାଜଗୁରୁ । ତାଙ୍କୁ ଇଂରେଜ ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ ।
ପାଇକ ବିଦ୍ରୋହରେ ପ୍ରାଣବଳୀ ଦେଇଥିବା ନେତାମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରସ୍ତାବିତ ସଂଗ୍ରହାଳୟ ନିମନ୍ତେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ମହେଶ ଶର୍ମା ୨୦୧୮ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ । ଏଥିରେ ଉକ୍ରଳ ବିଶ୍ୱବିଦ୍ୟାଳୟରେ ପାଇକ ବିଦ୍ରୋହ ଚେୟାର୍‌ ପ୍ରତିଷ୍ଠାର ପ୍ରସ୍ତାବ ଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ନିଜେ ବହୁତ ଚିଠି ଲେଖନ୍ତି । ମାତ୍ର ଅନ୍ୟ କାହା ଚିଠିର ଉତ୍ତର ଦିଅନ୍ତି ନାହିଁ । ସେତେବେଳେ ଏହି ବରୁଣେଇ ପ୍ରକଳ୍ପକୁ ନେଇ ଭାଜପା ଓ ବିଜଦ ମଧ୍ୟରେ ପ୍ରବଳ ତୁ ତୁ ମେ ମେ ହୋଇଥିଲା । ୨୦୧୮ ଅକ୍ଟୋବରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବିତ ପାଇକ ପ୍ରକଳ୍ପ ଲାଗି ୫୦ଏକର ଜମି ଯୋଗାଇ ଦେବା ନିମନ୍ତେ ପୁଣି ଏକ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ । ଡ. ମହେଶ ଶର୍ମାଙ୍କ ଚିଠିରେ ମଧ୍ୟ ଏହି ୫୦ ଏକର ଜମି ପାଇଁ ଅନୁରୋଧ କରାଯାଇଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପତ୍ରର ଉତ୍ତର ଦେଲେ ନାହିଁ । ତା’ଛଡ଼ା ପ୍ରସ୍ତାବିତ ପ୍ରକଳ୍ପ ଲାଗି ଜମି ବ୍ୟବସ୍ଥାକୁ ମଧ୍ୟ ସେ ଏଡ଼ାଇ ଦେଇଗଲେ ।
ଯଦି ଓଡ଼ିଶାର ଗର୍ବ ପାଇକ ବିଦ୍ରୋହର ସ୍ମାରକୀକୁ ଉଜ୍ଜୀବିତ କରିବା ପାଇଁ ନବୀନ ସରକାରଙ୍କର ଆନ୍ତରିକତା ଥାଆନ୍ତା, ତେବେ ଏତେବେଳକୁ ସଂଗ୍ରହାଳୟ ଜୀବନ୍ୟାସ ପାଇସାରିଥାନ୍ତା । କିନ୍ତୁ ଯେହେତୁ ଧର୍ମେନ୍ଦ୍ର ପ୍ରକଳ୍ପର ସୂତ୍ରଧର ଥିଲେ, ସେହି ଏକମାତ୍ର କାରଣ ଯୋଗୁଁ ଜମି ଦେବା ସକାଶେ ରାଜି ହୋଇ ନଥିଲେ ନବୀନ ପଟନାୟକ । ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ସଭାରେ ଉଭୟ ନବୀନ ଓ ଧର୍ମେନ୍ଦ୍ର ଏକାଠି ହୋଇଥିବା ବେଳେ ପୁନର୍ବାର ମଧ୍ୟ ଏହି ପ୍ରକଳ୍ପ ଲାଗି ଜମି ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର ।
ନିର୍ବାଚନ ସରିବା ପରେ କେନ୍ଦ୍ରରେ ପୁନର୍ବାର ମୋଦୀ ସରକାର ଏବଂ ରାଜ୍ୟରେ ପୁନର୍ବାର ନବୀନ ସରକାର ଆସିବା ପରେ ପୂର୍ବ ସମୀକରଣରେ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳୁଛି । ତେବେ ନବୀନ ସରକାର ୫୦ ଏକର ଜମି ଯୋଗାଇ ଦେଇ ନାହାନ୍ତି । ୫/୫ କରି ମୋଟ ୧୦ ଏକ ଏହି ପ୍ରକଳ୍ପ ସକାଶେ ଦେଇଛନ୍ତି ସରକାର । ତେବେ ଆଶା କରାଯାଉଛି, ଏହାକୁ ଏକ ସ୍ମରଣୀୟ ପର୍ଯ୍ୟଟନସ୍ଥଳୀରେ ବିକଶିତ କରିବା ନିମନ୍ତେ ନବୀନ ସରକାର ଅବଶିଷ୍ଟ ୪୦ ଏକର ଜମି ଯୋଗାଇ ଦେବାକୁ ପରିବର୍ତ୍ତିତ ରାଜନୈତିକ ଦୃଷ୍ଟିରୁ କୁଣ୍ଠିତ ହେବେ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*