ନବମ ସପ୍ତାହରେ ପଦାର୍ପଣ କଲା ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ଉକ୍ରଳ ଗୌରବ ଓ ଉକ୍ରଳମଣିଙ୍କୁ ଶ୍ରଦ୍ଧାଞ୍ଜଳି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ନବମ ସପ୍ତାହରେ ପଦାର୍ପଣ କରିଛି । ଏହି କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଓ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ସମ୍ମାନିତ ଅତିିଥି ଭାବେ ଯୋଗ ଦେଇ ପ୍ରାତଃକାଳରେ କଳ୍ପନା ଛକସ୍ଥିତ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାସହିତ ଅତିଥି ଦ୍ୱୟ ସହିତ ଜୟୀ ରାଜଗୁରୁ, ଉକ୍ରଳ ଗୌରବ ମଧୁସୂଦନ ଦାସ ଓ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହିତ ସ୍ମୃତି·ରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଯୁବକମାନେ ବରପୁତ୍ର ଓ ଶହୀଦମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ରାଷ୍ଟ୍ରର ପ୍ରମୁଖ ଉନ୍ନତି ହୋଇପାରିବ ବୋଲି ମୁଖ୍ୟ ଅତିଥି ହରିଚନ୍ଦନ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ ମତ ରଖିଥିଲେ ଯେ, ପୂଜ୍ୟପୂଜା ହେଉଛି ଆମର ପାତାଳଭେଦୀ ସଂସ୍କୃତି । ରାଜ୍ୟ ସରକାରଙ୍କୁ ଏ ଅଭିଯାନ ସମ୍ପର୍କରେ ଅବଗତ କରାଯାଇଛି ଓ ସରକାର ଏ ବାବଦରେ ସଚେତନ ଅଛନ୍ତି ବୋଲି ସେ ମତ ଦେଇଥିଲେ । ପ୍ରଦୁ୍ୟମ୍ନ ଶତପଥୀଙ୍କର ଏ ପ୍ରକାର ଅଭିଯାନକୁ ଆନ୍ଧ୍ର ରାଜ୍ୟପାଳ ଭୂୟସୀ ପ୍ରଶଂସା କରିବା ସହିତ ଅନ୍ୟମାନେ ଏଥିରୁ ପ୍ରେରଣା ପାଇବେ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଏହି ପରିପ୍ରେକ୍ଷୀରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନରେ ସଂଯୋଜକ କିଷନ ବରାଇଙ୍କ ସଂଯୋଜନାରେ ଓ ସହସଂଯୋଜକ ନାରାୟଣ ଓଝାଙ୍କ ଆହ୍ୱାନରେ ଶତାଧିକ ସଭ୍ୟ ଏଥିରେ ସାମିଲ ହୋଇଥିଲେ । ଏଥିରେ ଲକ୍ଷ୍ମଣ ଦାସ, ତନ୍ମୟ ସାମନ୍ତରାୟ, ଅରବିନ୍ଦ ତ୍ରିପାଠୀ, ନାରାୟଣ ଖୁଣ୍ଟିଆ, ବିଜୟ ମଲ୍ଲ, ସଂଗ୍ରମା ବଳିୟାରସିଂ, ସଞ୍ଜିବ ପନ୍ଦା, ଡମ୍ବରୁଧର ହରଣସିଂହ, ବୁଦ୍ଧିମାନ ନାୟକ, ଡ. ଅସିତ୍ ଦାସ, ଉମାଚରଣ ମହାନ୍ତି, ବିଜୟ ପରିଡ଼ା, ସାଧୁ ଚରଣ ବେହେରା, ପ୍ରମୁଖ କାର୍ଯ୍ୟକ୍ରମକୁ ପରି·ଳନାରେ ସହଯୋଗ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*