ନଦୀକୁ ଖସିଲା ବସ୍‌: ୬ ମୃତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ରାଇସେନ

ମଧ୍ୟପ୍ରଦେଶରେ ବୁଧବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଇନେ୍ଦାରରୁ ଛତରପୁର ଅଭିମୁଖେ ଯାଉଥିବା ଏହି ବସ୍‌ଟି ରାଇସେନ ସ୍ଥିତ ରିଛନ ନଦୀର ପୋଲରୁ ପ୍ରାୟ ୪୦ ଫୁଟ୍‌ ତଳକୁ ଖସିପଡ଼ିଥିଲା । ଏଥିରେ ୬ଜଣଙ୍କ ମୃତୁ୍ୟ ହୋଇଯାଇଥିବା ବେଳେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ପାଇ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚô ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ଶିଶୁ ଥିବା ସୂଚନାରୁ ଜଣାପଡ଼ିଛି । ରିପୋର୍ଟରୁ ଜଣାପଡ଼ିଛି ଯେ, ମଧ୍ୟପ୍ରଦେଶର ରାଇସେନ୍‌ ନିକଟରେ ଓମ୍‌ ସାଇ ଟ୍ରାଭେଲ୍ସ ନାମକ ଏକ ପ୍ରାଇଭେଟ୍‌ ବସ୍‌ଟି ଇନେ୍ଦାରରୁ ଛତରପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ବାଡ଼ରେ ବାଡ଼େଇ ହୋଇ ପ୍ରାୟ ୪୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା । ବୁଧବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଭୋପାଳଠାରୁ ୪୦ କିଲୋମିଟର ଦୂରରେ ବସ୍‌ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ରାଇସେନ୍‌ ଜିଲ୍ଲାର କଲେକ୍ଟର ଉମାଶଙ୍କର ଭାର୍ଗବ କହିଛନ୍ତି । ଅନ୍ଧାର ଏବଂ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଦ୍ଧାରକାର୍ଯ୍ୟରେ ବାଧା ଉପୁଜିଥିବା ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ କମଲନାଥ ମୃତକଙ୍କ ପରିଜନଙ୍କୁ ୪-୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦେବା ଲାଗି ଘୋଷଣା କରିଛନ୍ତି । ବସ୍‌ଟିରେ ୩୦ରୁ ୩୫ ଜଣ ଯାତ୍ରୀ ଥିବାବେଳେ କିଛି ଯାତ୍ରୀ ନିଖୋଜ ଥିବା ପୁଲସ୍ କହିଛି । ତେବେ ପୁଲିସ୍ ସେମାନଙ୍କର ଉଦ୍ଧାର ଲାଗି ବୁଡ଼ାଳୀଙ୍କ ସହାୟତା ନେଇଥିବା ଜଣାପଡ଼ିଛି । ଏଥିସହିତ କ୍ରେନ୍‌ ସହାୟତାରେ ବସ୍‌ଟିକୁ ନଦୀରୁ ବାହାର କରାଯାଇଥିବା ପୁଲିସ୍‌ ସୁପରିଏଣ୍ଟେଡ୍‌ ମୋନିକା ଶୁକ୍ଳା କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*