ନଗର କଂଗ୍ରେସର ମହିଳା ସମାବେଶ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ
କଟକ ମହାନଗର ନିଗମ(ସିଏମସି) ଅନ୍ତର୍ଗତ ୨୨ ନଂ ୱାର୍ଡ କଂଗ୍ରେସ କମିଟିର ଏକ ମହିଳା କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ମେରିଆବଜାରସ୍ଥିତ ରାଧାକୃଷ୍ଣ ମନ୍ଦିର ସମ୍ମୁଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନଗର କଂଗ୍ରେସ ସଭାପତି ଇଂ ମହମ୍ମଦ ମୋକିମ ଯୋଗଦେଇ ସାହି ବସ୍ତି ତଥା ପରିବାରର ବିକାଶ ପାଇଁ ମହିଳାମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ଆହ୍ୱାନ ଦେଇଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ମହିଳାମାନେ ହିଁ ପରିବର୍ତ୍ତନର ସ୍ୱରକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହିତ କଟକ ସହରରେ କଂଗ୍ରେସକୁ ବିଜୟୀ କରିବା ପାଇଁ ସହାୟକ ହେବେ ବୋଲି ଇଂ ମୋକିମ ଦୃଢୋକ୍ତି ପ୍ରକାଶ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*