ନକ୍ସଲ ପ୍ରଭାବିତ ଅଞ୍ଚଳର ବର୍ତ୍ତମାନ ସ୍ଥିତି ସମୀକ୍ଷା କଲେ ପୁଲିସ ଡିଜି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜ୍ୟରେ ମାଓ ହିଂସା ବହୁ ମାତ୍ରାରେ ହ୍ରାସ ପାଇଛି । ଅନେକ ଜିଲ୍ଲାରୁ ମାଓବାଦୀମାନଙ୍କ ଉପଦ୍ରବ ହ୍ରାସ ପାଇଥିବା ଜଣାପଡିଛି । ସେହିଭଳି ରାଜ୍ୟର ନକ୍ସଲ ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ସ୍ଥିତି ଏବଂ ଏହାର ସମାଧାନ ପାଇଁ ଓଡ଼ିଶା ପୁଲିସ ଗୁରୁତ୍ୱ ଦେଇଛି । ଏନେଇ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ ଅଫିସରେ ପୁଲିସ ମହାନିଦେ୍ର୍ଦଶକ ଶ୍ରୀ ଅଭୟଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଏସ୍ଏଫ୍ ଏଡିଜି(ସ୍ପେଶାଲ ଅପରେସନ) ଡ. ଏସ୍ଏଲ୍ ଥାଓସେନ ଓ ବିଏସ୍ଏଫ୍ ଆଇଜି(ସ୍ପେଶାଲ ଅପରେସନ) ହରବିନ୍ଦର ପାଲ ଉପସ୍ଥିତ ଥିଲେ । ବର୍ତମାନ ସମୟରେ ରାଜ୍ୟରେ ମାଓବାଦୀଙ୍କ କାର୍ଯ୍ୟକଳାପ କିପରି ରହିଛି ଏବଂ ସେମାନଙ୍କୁ ଦମନ କରିବା ପାଇଁ ବିଏସ୍ଏଫ୍ ପକ୍ଷରୁ ରାଜ୍ୟ ପୁଲିସକୁ ଆଉ କେଉଁ ପ୍ରକାର ସାହାଯ୍ୟ ସହଯୋଗ ଦରକାର ସେ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ସମୟରେ ବିଏସ୍ଏଫ୍ର ଯବାନମାନେ ମାଓବାଦୀ ଦମନ କ୍ଷେତ୍ରରେ ରାଜ୍ୟ ପୁଲିସକୁ ସବୁ ପ୍ରକାର ସାହାଯ୍ୟ ଯୋଗାଉଥିବା ଡିଜିପି କହିଛନ୍ତି । ଏଥିସହ ସେ ବିଏସ୍ଏଫ୍ ଯବାନଙ୍କ କାର୍ଯ୍ୟଶୈଳୀକୁ ମଧ୍ୟ ପ୍ରଶଂସା କରିଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୁଇନ୍ଦା ନିଦେ୍ର୍ଦଶକ ଆର୍ କେ ଶର୍ମା, ଆଇଜି(ଅପରେସନ) ଅମିତାଭ ଠାକୁର ଏବଂ ଡିଆଇଜି ଏସଆଇଡବ୍ଲୁ ଅନୁରୁଦ୍ଧ କୁମାର ସିଂ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*