ଧୋନୀଙ୍କୁ ପ୍ରଶଂସା କଲେ ରାଷ୍ଟ୍ରପତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ରାଞ୍ଚି

ରାଞ୍ଚି ବିଶ୍ୱବିଦ୍ୟାଳୟର ୩୩ ତମ ଦିକ୍ଷାନ୍ତ ସମାରୋହରେ ଭାଗ ନେବାକୁ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହେନ୍ଦ୍ର ସିଂ ଧୋନୀଙ୍କର ଖୁବ୍‌ ପ୍ରଶଂସା କରିଥିଲେ ନିଜ ଅଭିଭାଷଣରେ । ରାଷ୍ଟ୍ରପତି କହିଥିଲେ ବିଶ୍ୱ କ୍ରିକେଟରେ ରାଞ୍ଚିକୁ ପ୍ରସିଦ୍ଧି ଆଣିଦେବାର କାମ ଧୋନୀ କରିଛନ୍ତି । ବିଚକ୍ଷଣ ପ୍ରତିଭାଧାରୀ ହୋଇ ମଧ୍ୟ ସେ ସାଧାରଣ ଭାବେ ଚଳୁଥିବାରୁ ଲୋକେ ତାଙ୍କୁ ଖୁବ୍‌ ପସନ୍ଦ କରନ୍ତି ବୋଲି ରାଷ୍ଟ୍ରପତି କହିଥିଲେ । ନିଜ ଅଭିଭାଷଣରେ ପୂର୍ବତନ ଭାରତୀୟ ହକି ତାରକା ଜୟପାଲ ସିଂ ମୁନ୍ଦା ଏବଂ ମହିଳା ତୀରନ୍ଦାଜ ଦୀପିକା କୁମାରୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ କୋବିନ୍ଦ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*