ଧୁଷୁରୀ ଡାକ୍ତରଖାନାରେ ତାଲା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଭଦ୍ରକ

ଭଦ୍ରକ ଜିଲାର ଧାମନଗର ନିର୍ବାଚନ ମନ୍ଦଳୀ ଅଧୀନସ୍ଥ ଧୁଷୁରୀରେ ଥିବା ଡାକ୍ତରଖାନାଟିରେ ଏବେ ଅଚଳାବସ୍ଥା ସୃଷ୍ଟି ହୋଇଛି । ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ଡାକ୍ତରଖାନାଟି ମୁଖ୍ୟ ମାଧ୍ୟମ ହୋଇଥିବାବେଳେ ଏଥିରେ ନିଯୁକ୍ତ ଡାକ୍ତର ଓ କର୍ମଚାରୀମାନେ ବିଳମ୍ବରେ ଆସିବା ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ଏ ସଂପର୍କରେ ସ୍ଥାନୀୟ ଲୋକେ ଅନେକଥର ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ପ୍ରତିଦିନ ବିଭିନ୍ନ ଦୂର ଦୂରାନ୍ତରୁ ଆସୁଥିବା ଅସୁସ୍ଥ ଲୋକେ ସକାଳୁ ଦିନ ୧୦ଟା ପର୍ଯ୍ୟନ୍ତ ଡାକ୍ତରଖାନା ବାହାରେ ଅପେକ୍ଷା କରିବା ଘଟଣା ରବିବାର ଦିନ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ଫଳରେ ବାଧ୍ୟହୋଇ ସ୍ଥାନୀୟ ଲୋକେ ଡାକ୍ତରଖାନାରେ ଚାବି ପକାଇ ତାଲାପକାଇ ଆନେ୍ଦାଳନ କରିଥିଲେ । ଦିନ ପ୍ରାୟ ୧୦ଟା ପରେ ଡାକ୍ତର ଓ କର୍ମଚାରୀମାନେ ସେଠାରେ ପହଞ୍ଚିବା ପରେ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ସ୍ଥାନୀୟ ଥାନା ପକ୍ଷରୁ ବୁଝାସୁଝା କରିବା ପରେ ଏହି ତାଲାପକା ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ଏଠାରେ ସୂଚନାଯୋଗ୍ୟ ଏହି ଡାକ୍ତରଖାନା ଉପରେ ୧୨ଟି ପଞ୍ଚାୟତର ଲୋକେ ନିର୍ଭର କରନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*