ଧାରୁଆ ଭାଇ କରୋଡ଼ପତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଓଡ଼ିଆ ସମାଜରେ ବିଶେଷ କରି ଗାଁ ଗନ୍ଦାରେ ଧାର୍‌ ବାକି କରି ଚଳୁଥିôବା ଲୋକେ ଗୋଟିଏ କଥା କହିଥାନ୍ତି ଯେ, ‘ମୁଁ ଧାରୁଆ ହେବି ନାହିଁ ’ । ଧାରୁଆ ହେଇ ରହିବାକୁ ଓଡ଼ିଆ ଲୋକେ ସହଜରେ ପସନ୍ଦ କରନ୍ତି ନାହିଁ । ସେଥିପାଇଁ ତ ଧାର୍‌ ସୁଝିବାକୁ ଅନେକ, ବିଶେଷ କରି ଆଦିବାସୀ ଓ ଦଳିତବର୍ଗର ଲୋକେ ଗୋତି ହବାକୁ ବେଶି ପସନ୍ଦ କରନ୍ତି ।
କିନ୍ତୁ ଏମିତି ଲୋକ ଅଛନ୍ତି ଯେଉଁମାନେ କରୋଡ଼ପତି । ବର୍ଷକୁ ବର୍ଷ ସମ୍ପତ୍ତି ବଢିବଢି ଚାଲୁଚି । ହେଲେ ଧାର୍‌ ବାକି ସୁଝିବାକୁ ସେମାନେ କଦାପି ଚାହାଁନ୍ତି ନାହିଁ । ଏମାନଙ୍କୁ ଲୋଭୀ କୁହାଯାଇପାରିବ କି? ହୁଏତ ଆଣିଥିବା ଧାର୍‌ ଟଙ୍କା ବାବଦରେ ଭୁଲିଯାଇପାରିଥାନ୍ତି ସେମାନେ ।
ଆମ ମୁଖିଆ କରୋଡ଼ପତିଙ୍କ ଭିତରେ ଯାଉଚନ୍ତି । ବର୍ଷକ ଭିତରେ ତାଙ୍କ ସମ୍ପତ୍ତି ବଢିଚି ୧୫ କୋଟି । ୨୦୧୮ରେ ୪୯କୋଟି ଟଙ୍କା ସମ୍ପତ୍ତିର ମାଲିକ ଥିଲେ ମୁଖିଆ । ୨୦୧୯ ମାର୍ଚ୍ଚ ବେଳକୁ ତାଙ୍କ ସମ୍ପତ୍ତି ବଢି ହେଇଚି ପ୍ରାୟ ୬୪କୋଟି ଟଙ୍କା । ଖାଲି ସେତିକି ନୁହେଁ ଦୁଇଟି ବ୍ୟାଙ୍କରେ ତାଙ୍କ ଖାତାରେ ୪୦ଲକ୍ଷ ଟଙ୍କା ଅଛି । ପାଖରେ କେତେ କ’ଣ ଥିବ, ସେକଥା ଧରୁଚି କିଏ? ତାଙ୍କ ପାଖ ଲୋକ ହୁଏତ ଜାଣିଥିବେ ।
ମୋଟାମୋଟି ଭାବେ ବର୍ଷକୁ ଏତେ ସମ୍ପତ୍ତି ବଢୁଚି କେମିତି ଏକଥା ଓଡ଼ିଆ ଲୋକେ କାହିଁକି ବା ଚିନ୍ତା କରିବେ? ଟଙ୍କିକିଆ ଚାଉଳ ମିଳୁଚି । ଗୋଳିଆ ମାଳିଆ କରି କେନ୍ଦ୍ର ଘରକୁ ବିଜୁ ଘର କହି ଖୁସି ହଉଚନ୍ତି ଲୋକେ । ମାଗଣା ସବୁକିଛି ଖଞ୍ଜି ଦବା ପରେ ମୁଖିଆଙ୍କ ସମ୍ପତ୍ତି ଏମିତି ବଢୁଚି କେମିତି ବୋଲି ସେମାନେ ପ୍ରଶ୍ନ କରିବେ କିଆଁ?
ପ୍ରଶ୍ନ ନକରିବା ଭଲ । କିନ୍ତୁ ଜଣେ କୋଟିପତି ଭାଇ ଭଉଣୀଙ୍କଠୁ ୧୫ଲକ୍ଷ ଟଙ୍କା ଆଣିଥିଲେ ୫ବର୍ଷ ପୂର୍ବେ । କିନ୍ତୁ ସୁଝିବାକୁ ମନ ହଉନି କେମିତି? ଏମିତିରେ ଉଭଣୀ ୧୫ଲକ୍ଷ କ’ଣ କୋଟିଏ ଦେଇଥିଲେ କେହି ପ୍ରଶ୍ନ କରିନଥାନ୍ତେ । କିନ୍ତୁ ଭାଇ ଏହାକୁ ଧାର୍‌ ବୋଲି ଦେଖାଇ ଆସୁଚନ୍ତି । କିନ୍ତୁ ଧାର୍‌ ସୁଝୁନାହାଁନ୍ତି କାହିଁକି? ଧାରୁଆ ହେଇ ରହିବା ଓଡ଼ିଆଙ୍କୁ ପସନ୍ଦ ନୁହେଁ । ଆମ ମୁଖିଆ ପିଓର ଓଡ଼ିଆ ନୁହଁନ୍ତି କି? ତେଣୁ ଅନୁରୋଧ ଯେ ଆହୁରି ସମ୍ପତ୍ତି ବଢୁ, କିନ୍ତୁ ଭଉଣୀଠୁ ଆଣିଥିବା ଧାର୍‌ ସୁଝି ଦିଅନ୍ତୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*