“ଧାନ ସହିତ ଚାଲ-ଧାନ ବିଷୟରେ ଜାଣ’ ଶୀର୍ଷକ କାର୍ଯ୍ୟକ୍ରମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଭୁବନେଶ୍ୱର

ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ତରଫରୁ “ଧାନ ସହିତ ଚାଲ-ଧାନ ବିଷୟରେ ଜାଣ’ ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନର ୨୦୦ ଏକର ଫାର୍ମରେ ଚାଷ ହୋଇଥିବା ବିଭିନ୍ନ ଉନ୍ନତ କିସମର ଧାନ ଚାଷର ପ୍ରଣାଳୀ ଏବଂ ଅନୁଷ୍ଠାନରୁ ବିକଶିତ ହୋଇଥିବା ନୂତନ ଧାନ କିସମ ଯଥା- ପୁଷ୍ଟିସାରଯୁକ୍ତ ଧାନ, ପରିବର୍ତ୍ତିତ ଜଳବାୟୁ ସହନଶୀଳ ଧାନ, ମରୁଡି ସହଣୀଶକ୍ତି ଧାନ, ଧାନ-ମାଛ-ପନିପରିବାର ପ୍ରକଳ୍ପ, କୃଷି ଯନ୍ତ୍ରପାତି, ବିହନ ବିଶୋଧିକରଣ କେନ୍ଦ୍ର ଏବଂ ଜିନ୍ ବ୍ୟାଙ୍କ୍ ଇତ୍ୟାଦି ବିଷୟରେ ପିଲାମାନଙ୍କୁ ଅବଗତ କରାଇବା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବୈଜ୍ଞାନିକମାନେ ଛାତ୍ରଛାତ୍ରୀମାନଙ୍କୁ କ୍ଷେତ୍ର ପରିଦର୍ଶନ କରାଇବା ସହିତ ତାଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ନିଦେ୍ର୍ଦଶକ ଡ.ହିମାଂଶୁ ପାଠକ ଉଦ୍ଘାଟନ କରିଥିଲେ ଏବଂ ଭବିଷ୍ୟତରେ ଏପରି କାର୍ଯ୍ୟକ୍ରମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଟକ, ଭୁବନେଶ୍ୱରର ୩୦ଟି ବିଦ୍ୟାଳୟର ୨୦୦୦ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*