ଧାନ କିଣାରେ ଟୋକନ୍‌ ବ୍ୟବସ୍ଥା ଜୋର୍‌ ତେଜିଲା ଚାଷୀଙ୍କ ବିରୋଧ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଚାଷୀ ଓ ଚାଷର ସୁବିଧା ପାଇଁ ଆମ ସରକାର ଖୁବ୍‌ ଯତ୍ନବାନ ଅଛି । କୃଷକଙ୍କ ଉନ୍ନତି ପାଇଁ ବହୁ ପଦକ୍ଷେପ ନିଆଯାଉଛି ବୋଲି ରାଜ୍ୟ ସରକାର କହୁଥିଲେ ମଧ୍ୟ ପ୍ରକୃତରେ ଚାଷୀ କିନ୍ତୁ ଅଛନ୍ତି କଷ୍ଟରେ । କେବଳ ଚାଷ ବେଳେ ଅସୁବିଧା ନୁହେଁ ରକ୍ତ ନିଗିଡାଇ ଜମିରୁ ସୁନାର ଫସଲ ଉତାରିବା ପରେ ମଧ୍ୟ ଚାଷୀଟିର ଦୁଃଖ ଦୂର ହେଉନାହିଁ । ବରଂ ଅଧିକ ଯନ୍ତ୍ରଣାରେ ରାଜ୍ୟ ଚାଷୀ ପଡୁଛି । ବର୍ତ୍ତମାନ ସମ୍ବଲପୁର ଓ ବରଗଡ଼ ଜିଲାରେ ଧାନ କିଣାକୁ ନେଇ ଯେଉଁ ଅବସ୍ଥା ସୃଷ୍ଟି ହୋଇଛି ତାହାକୁ ଦେଖିଲେ ଏୟା ହିଁ ବୁଝାପଡ଼େ । ଟୋକନ ବ୍ୟବସ୍ଥାରେ ଧାନ କିଣାକୁ ନେଇ ଚାଷୀକୁଳ ବିରୋଧ କରୁଛନ୍ତି । ସେହି ବିରୋଧ ମଙ୍ଗଳବାର ଦିନ ଚରମରେ ପହଞ୍ଚିଛି । ଓଡ଼ିଶା ରାଜ୍ୟ କୃଷକ ସଂଗଠନର ସଭାପତି ଗୌରୀଚନ୍ଦ୍ର ଖମାରିଙ୍କ ନେତୃତ୍ୱରେ ଶହ ଶହ ଚାଷୀ ବରଗଡ଼ରେ ଥିବା ଯୋଗାଣ ନିଗମ ଅଫିସ୍‌କୁ ବନ୍ଦ କରିଦେଇଥିଲେ । ରାଜ୍ୟ ଖାଦ୍ୟ ଯୋଗାଣ ଓ ତଥା ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କର କୁଶପୁତ୍ତଳିକା ଅତାବିରାଠାରେ ଚାଷୀ ସଂଗଠନ ପକ୍ଷରୁ ଦାହ କରାଯାଇଛି । ସମ୍ବଲପୁରରେ ମଧ୍ୟ ସମପରିମାଣରେ କୃଷକଙ୍କ ଦାବି ଦେଖିବାକୁ ମିଳିଥିଲା । ସମ୍ବଲପୁରରେ ଥିବା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକ ଏବଂ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଘର ଆଗରେ ଧାନଭର୍ତ୍ତି ଗାଡ଼ି ଧୋଇ ଚାଷୀମାନେ ବିକ୍ଷୋଭ କରିଥିଲେ । ଏହି କେନ୍ଦ୍ରୀୟ ଟୋକନ ବ୍ୟବସ୍ଥା ଧାନ କିଣାକୁ ଖୁବ୍‌ ଲମ୍ବାଦିନ ପର୍ଯ୍ୟନ୍ତ ଟାଣିନେବ ବୋଲି ଚାଷୀମାନେ ଅଭିଯୋଗ କରି ଏହାକୁ ବାତିଲ କରିବା ପାଇଁ ଦାବି କରିଛନ୍ତି । ଟୋକନ ବ୍ୟବସ୍ଥାକୁ କୃଷକ ସଂଗଠନର ବିରୋଧ ଜୋର ଧରିଥିବା ଅବସ୍ଥାରେ ଏହାର ସମାଧାନର ବାଟ ବାହାର କରିବା ଲାଗି ମଙ୍ଗଳବାର ବରଗଡ଼ ଜିଲାପାଳଙ୍କ ସହ କୃଷକ ନେତାମାନଙ୍କର ବୈଠକ ବସିଥିଲା । ଏହି ବୈଠକ ପରେ ଜିଲାପାଳ କହିଥିଲେ ଆଲୋଚନା ସଫଳ ହୋଇଛି ଓ ବୁଧବାରଠାରୁ ଧାନ କ୍ରୟ ଆରମ୍ଭ ହେବ । ସରକାରଙ୍କ ପ୍ରସ୍ତାବ ଚାଷୀ ଗ୍ରହଣ କରିଥିବାର ସୂଚନା ଜିଲାପାଳ ଦେଇଥିଲା ବେଳେ ଚାଷୀ ନେତାମାନେ କିନ୍ତୁ ନିଜ ଦାବିରେ ଅଟଳ ରହିଥିବା ବୈଠକ ପରେ କହିଥିଲେ । ତୁରନ୍ତ କେନ୍ଦ୍ରୀୟ ଟୋକନ ବ୍ୟବସ୍ଥା ପ୍ରତ୍ୟାହାର କରିବାକୁ ସେମାନେ କରିଥିଲେ ଦାବି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*