ଧମକକୁ ଫୁ’କରି ବିକ୍ଷୋଭ କଲେ ଅଙ୍ଗନୱାଡି କର୍ମୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଭୁବନେଶ୍ୱର

ଅଙ୍ଗନୱାଡି କର୍ମଚାରୀଙ୍କ ଆନେ୍ଦାଳନକୁ ଭନ୍ଦୁର କରିବା ପାଇଁ ରାଜ୍ୟ ସରକାର ସେମାନଙ୍କୁ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସୋମବାର ହେବାକୁ ଥିବା ଗଣଧାରଣାରେ ଯୋଗ ଦେଉଥିବା ଅଙ୍ଗନୱାଡି କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ । ତେବେ ସରକାରଙ୍କ ଏହି ଧମକକୁ ଭୃକ୍ଷେପ କରି ଅଙ୍ଗନୱାଡି କର୍ମୀମାନେ ହଜାର ହଜାର ସଂଖ୍ୟାରେ ସୋମବାର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ରାଜ୍ୟ ସରକାର ଏବେ ଗୁରୁତର ଆର୍ଥôକ ଦେବାଳିଆ ସ୍ଥିତିରେ ପହଞ୍ଚô ଗଲେଣି । ବଜେଟ୍‌ ଆକଳନ ଅନୁସାରେ ଲକ୍ଷ୍ୟ ରଖାଯାଇଥିବା ୪୫ହଜାର କୋଟି ଟଙ୍କାର ରାଜସ୍ୱ ସମ୍ବଳ ସଂଗ୍ରହକୁ କାଠିକର ପାଠ ବୋଲି ଅର୍ଥ ବିଭାଗ ମତ ଦେଲାଣି । ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ମାଳମାଳ ଯୋଜନା ମଧ୍ୟରୁ କାଳିଆ, ମାତୃବନ୍ଦନା ଭଳି ଯୋଜନାକୁ କେନ୍ଦ୍ର ସରକାରଙ୍କ ଉପରେ ଲଦି ଦିଆଗଲାଣି । ଅର୍ଥ ବୋଝରୁ ରକ୍ଷା ପାଇବା ପାଇଁ କାଳିଆ ଭଳି ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ କେନ୍ଦ୍ର ଉପରେ ଲଦିବାର ପ୍ରୟାସ ଆରମ୍ଭ ହୋଇଛି । ଠିକ୍‌ ଏହି ସମୟରେ ଆନେ୍ଦାଳନରତ ଅଙ୍ଗନୱାଡି କର୍ମୀଙ୍କୁ ରାଜ୍ୟର ବୋଝ ଅନୁଭବ କରି କେନ୍ଦ୍ର ସରକାରଙ୍କ ଅଧିନକୁ ଚାଲିଯିବା ନିମନ୍ତେ ଖୋଦ୍‌ ରାଜ୍ୟ ସରକାର ଆନେ୍ଦାଳନରତ କର୍ମୀମାନଙ୍କ ପ୍ରତିନିଧିଙ୍କୁ ପ୍ରସ୍ତାବ ଦେଇଛନ୍ତି । ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ମହାସଂଘ ପକ୍ଷରୁ ୧୬ଦଫା ଦାବି ନେଇ ରବିବାର ଦିନ ରାଜଧାନୀରେ ଜୋରଦାର ପ୍ରତିବାଦ ହୋଇଥିବାବେଳେ ସରକାର ଦିଦିଙ୍କ ଗର୍ଜନକୁ ଫୁତକାର୍‌ରେ ଉଡାଇ ଦେଇଛନ୍ତି । କେନ୍ଦ୍ର ଅଧିନରୁ ଚାଲିଯିବା ପ୍ରସ୍ତାବକୁ ମହାସଂଘ ଗ୍ରହଣ କରିବା ସହ ଚିଠି ଦେଇ ଜଣାଇଦିଅ ବୋଲି ଆଲୋଚନାରେ ଜବାବ ରଖିଛି । ରବିବାର ଦିନ ମହାସଂଘ ଡାକରାରେ ୨୦ହଜାରରୁ ଅଧିକ ଅଙ୍ଗନୱାଡି କର୍ମୀ ହିନ୍ଦ୍‌ ମଜଦୁର୍‌ ସଂଘ ନେତୃତ୍ୱରେ ଏକ ବିଶାଳ ଶଭାଯାତ୍ରାରେ ଆସି ବିଧାନସଭା ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ।
ରାଜଧାନୀ ଆସି ଆନେ୍ଦାଳନ ନକରିବାକୁ ସରକାର ଦେଇଥିବା ଚେତାବନୀକୁ ଖାତିର ନକରି ୧୬ଦଫା ଦାବି ନେଇ ନିଖିଳ ଓଡ଼ିଶା ଅଙ୍ଗନୱାଡି ମହାସଂଘ ସରକାରଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଛି । କେବଳ ପ୍ରତିଶ୍ରୁତି ଦେଇ ଏହାକୁ କାର୍ଯ୍ୟକାରୀ କରାଯାଉନଥିବା ବେଳେ କର୍ମୀମାନଙ୍କୁ ଭୂଆଁ ବୁଲାଯାଉଛି ବୋଲି ମହାସଂଘ ପ୍ରତିବାଦ ସଭାରେ ଅଭିଯୋଗ କରିଛି । ଏଚଏମ୍‌ଏସ୍‌ର କେନ୍ଦ୍ରୀୟ ନେତ୍ରୀ ଅଞ୍ଜଳୀ ପଟେଲ, ମହାସଂଘର ରାଜ୍ୟ ସଭାନେତ୍ରୀ ସୌଦାମିନୀ ଦାସ, ସାଧାରଣ ସମ୍ପାଦିକା ସୁମିତା ମହାପାତ୍ର, କୋଷାଧ୍ୟକ୍ଷା ପଦ୍ମଗନ୍ଧା ସାହୁ, ଗୀତାରାଣୀ ମହାନ୍ତି, ସବିତା ନାୟକ, ଅମିତା ସାହୁ, ସୁଷମାରାଣୀ ମହାପାତ୍ର, ବନିତାଞ୍ଜଳୀ ଦାସ ପ୍ରମୁଖ ରାଜ୍ୟ ସରକାରଙ୍କ ଅଙ୍ଗନୱାଡି କର୍ମୀଙ୍କ ପ୍ରତି ହେଉଥିବା ଚରମ ଅବହେଳାକୁ ନେଇ ସମାଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ମହିଳା ଶିଶୁ ବିକାଶମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ୧୬ଦଫା ଦାବି ନେଇ ସ୍ମାରକପତ୍ର ପ୍ରଦାନ ସହ ମହାସଂଘ ପ୍ରତିନିଧି ସରକାରଙ୍କ ସହ ଆଲୋଚନା କରିଥିଲେ । ସଂଘ ପ୍ରତିନିଧିଙ୍କ ସହିତ ଶ୍ରମ ଓ ମହିଳା ଶିଶୁ ବିକାଶ ବିଭାଗ ଶାସନ ସଚିବ ଅନୁ ଗର୍ଗ, ମହିଳା ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ରଶ୍ମିରଞ୍ଜନ ଦାସ ଆଲୋଚନା କରିଥିଲେ । ୨୦୧୮ମସିହାରେ ରାଜ୍ୟ ସରକାର ଅଙ୍ଗନୱାଡି କର୍ମୀଙ୍କୁ ଅତିରିକ୍ତ ୧୫ଶହ ଟଙ୍କା ଘୋଷଣା କରିଥିବାବେଳେ ତାହା କାହିଁକି ଲାଗୁହେଉନାହିଁ ବୋଲି ପ୍ରଥମ ଦାବି ରହିଥିଲା । ସରକାରଙ୍କ ପକ୍ଷରୁ ଘୋଷିତ ୧୫ଶହ ଟଙ୍କାର ପ୍ରତ୍ସୋହନ ରାଶିରେ କେନ୍ଦ୍ର ସରକାର ୯ଶହ ଓ ରାଜ୍ୟ ସରକାର ୬ଶହ ଦେଉଛନ୍ତି । ଆଉ ଅଧିକ ୧୫ଶହ ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ସଚିବ କହିଥିଲେ । ଗରମ ରନ୍ଧା ଖାଦ୍ୟ ପ୍ରଦାନ ପାଇଁ ବଜାରର ବର୍ତ୍ତମାନ ଦଳରେ ଅର୍ଥ ଦେବାକୁ ଦାବି ହୋଇଥିବାବେଳେ ସରକାର ଏହି ଅର୍ଥ କେନ୍ଦ୍ରଦେଲେ ଯୋଗାଇ ଦିଆଯିବ ବୋଲି କହିଥିଲେ । ଅନ୍ୟ ଦାବି ମଧ୍ୟରେ ଅଙ୍ଗନୱାଡି, ମିନିଅଙ୍ଗନୱାଡି ସହାୟିକା ମାନଙ୍କ ଚାକିରି ସରକାରୀକରଣ ପ୍ରସ୍ତାବକୁ ନେଇ ସଂଘ ପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସଚିବ ଓ ଯୁଗ୍ମ ସଚିବ ଅଙ୍ଗନୱାଡି କର୍ମୀମାନେ କେନ୍ଦ୍ର ସରକାରଙ୍କ ଅଧିନକୁ ଚାଲିଯାଆନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ପ୍ରତିନିଧି ଦଳ ଗ୍ରହଣ କରିବା ସହ ରାଜ୍ୟ ସରକାର ନିଜ ଆଡୁ ଚିଠି ଲେଖି କେନ୍ଦ୍ର ସରକାରଙ୍କୁ ଜଣାଇ ଦିଅନ୍ତୁ ବୋଲି ପାଲଟା ପ୍ରସ୍ତାବ ଦେଇଥିଲେ ।
ଆଲୋଚନା ବେଳେ ମହାସଂଘର ଆନେ୍ଦାଳନରେ ୨୦୧୮ ମସିହାରେ ସାମିଲ ହୋଇଥିବା କାରଣରୁ ସୌଦାମିନି ଦାସ, ସୁମିତା ମହାପାତ୍ର ଓ ପଦ୍ମଗନ୍ଧା ସାହୁ ଚାକିରିରୁ ନିଲମ୍ବିତ ହୋଇଥିଲେ । ଏହି ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଆଲୋଚନା ହୋଇଥିଲେ ମଧ୍ୟ ସରକାର ଏସମ୍ପର୍କରେ ନିର୍ଦ୍ଦିଷ୍ଟ ଉତ୍ତର ଦେଇନାହାନ୍ତି । ଅଙ୍ଗନୱାଡି କର୍ମୀଙ୍କ ଅବସର ବୟସ ୬୨କୁ ସବୁ ଜିଲ୍ଲାରେ ଲାଗୁ କରିବା ପାଇଁ ବିଜ୍ଞପ୍ତି ଜାରି କରାଯିବ ବୋଲି ସରକାର ଆଲୋଚନା ବେଳେ ପ୍ରତିଶ୍ରୁତି ଦେଇଥିଲେ । ମହାସଂଘ ପ୍ରତିନିଧି ଓ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି ବୋଲି ଧରିନେବାକୁ ପଡ଼ିବ । ବାରମ୍ବାର ପ୍ରତିଶ୍ରୁତି ଦେଇ ଏହାକୁ କାର୍ଯ୍ୟକାରୀ କରୁନଥିବା ସରକାର ଆମକୁ ଭନ୍ଦାଉଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ସଂଘର ସାଧାରଣ ସଂପାଦିକା ସୁମିତା ମହାପାତ୍ର । ଅଙ୍ଗନୱାଡି କର୍ମୀଙ୍କ ନ୍ୟାର୍ଯ୍ୟ ଦାବିକୁ ଯଥାଶୀଘ୍ର ଗ୍ରହଣ କରାନଗଲେ ଆଗାମୀ ଦିନରେ ଭୟାବହ ଆନେ୍ଦାଳନ ହେବ ବୋଲି ସେ ଚେତାବନି ଦେଇଛନ୍ତି । ମହାସଂଘ ପକ୍ଷରୁ କେନ୍ଦ୍ରୀୟ ନେତ୍ରୀ ଅଞ୍ଜଳୀ ପଟେଲ ଆନେ୍ଦାଳନ ପାଇଁ ଚାକିରି ହରାଇଥିବା ସମସ୍ତ କର୍ମୀଙ୍କୁ ଯଥାଶୀଘ୍ର ପୁଃନନିଯୁକ୍ତି ଦେବାକୁ ରାଜ୍ୟ ସରକାରଙ୍କ ଠାରେ ଦାବି କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*