ଧନ୍ଦାମୂଳକ ତାଲିମ ପରେ ନିଯୁକ୍ତି ଦେବାରେ ସରକାର ସମ୍ପୂର୍ଣ୍ଣ ଅପାରଗ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ

ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମ୍ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ତରଫରୁ ନିଯୁକ୍ତି ଅପେକ୍ଷାରେ ଥିବା ୨୦୦୬ରୁ ୨୦୧୯ ପର୍ଯ୍ୟନ୍ତ ୧୭ ହଜାରରୁ ଊଦ୍ଧ୍ୱର୍ କୃତି ଏଏନ୍ଏମ୍ମାନଙ୍କ ସମସ୍ୟା ସମ୍ପର୍କରେ ବାରମ୍ବାର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ସଚିବ ଓ ନିଦେ୍ର୍ଦଶକଙ୍କ ସହିତ ଆଲୋଚନା କରାଯାଇଛି । ତେବେ ଏ ପର୍ଯ୍ୟନ୍ତ ନିଯୁକ୍ତି ସଂକ୍ରାନ୍ତରେ କୌଣସି ପଦକ୍ଷେପ ନ ନେଇ ପୁନଃ କାଉନ୍ସେଲିଂ ପାଇଁ ସ୍ୱାସ୍ଥ୍ୟ ବିଭାଗ ବିଜ୍ଞପ୍ତି ପ୍ରକାଶ କରିବା ଦୁର୍ଭାଗ୍ୟଜନକ । ସ୍ୱାସ୍ଥ୍ୟ ବିଭାଗ କୋଟି କୋଟି ଜନତାଙ୍କ ସ୍ୱାସ୍ଥ୍ୟ ସେବା ଅଧିକାରକୁ ଛଡ଼ାଇ ନେଉଛି ଏବଂ ଅପେକ୍ଷାରତ ଏଏନ୍ଏମ୍ ପରିବାରଙ୍କୁ ଆର୍ଥିକ ଅନଗ୍ରସର ଆଡ଼କୁ ଠେଲି ଦେଉଛି । ଆଇପିଏଚ୍ଏସ୍ ନିୟମକୁ ଅଣଦେଖା କରି ଏବଂ ଏନ୍ଏଚ୍ଏମ୍ ନିୟମକୁ ଉଲଂଘନ କରି ସ୍ୱାସ୍ଥ୍ୟ ସେବାରେ ମାନବ ସମ୍ବଳ ଉପଯୁକ୍ତ ବ୍ୟବସ୍ଥା ନକରି ରାଜ୍ୟ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ ଆଡ଼କୁ ·ଲିଯାଉଛି । ଦିନକୁ ଦିନ ହଜାର ହଜାର ସ୍ୱାସ୍ଥ୍ୟସେବା ଅଭାବରୁ ପ୍ରାଣ ହରାଉଛନ୍ତି । ଅନେକ ମହିଳା ପ୍ରସୂତି ଜନିତ ସଙ୍କଟରେ ବିଚ୍ ରାସ୍ତାରେ ପ୍ରାଣ ହରାଉଛନ୍ତି । ସର୍ବନିମ୍ନ ସ୍ୱାସ୍ଥ୍ୟ ସେବାକୁ ବଞ୍ଚôତ କରି ସରକାର କେଉଁ ସାମ୍ବିଧାନିକ ଦାୟିତ୍ୱ ପାଳନ କରୁଛନ୍ତି ବୋଲି ସଂଘ ପ୍ରଶ୍ନ ଉଠାଇଛି । ପ୍ରଥମେ ପୂର୍ବରୁ ଏଏନ୍ଏମ୍ ତାଲିମ୍ରେ ଉତ୍ତୀର୍ଣ୍ଣ ଛାତ୍ରୀମାନଙ୍କୁ ନିଯୁକ୍ତି ଦିଆଯାଉ । ତା’ପରେ ପୁନଃ ନୂତନ କାଉନ୍ସେଲିଂ କରାଯାଉ ବୋଲି ସଂଘ ଦାବି କରିଛି । ସଂଘ ତାଲିମ ନେବା ପାଇଁ ଆସୁଥିବା ଛାତ୍ରୀମାନଙ୍କୁ ବିରୋଧ କରୁନାହିଁ, ବିରୋଧ କରୁଛି ଧନ୍ଦାମୂଳକ ତାଲିମ୍ ଶେଷ କରିବା ପରେ ଯେଉଁ ବେକାରୀ ସମସ୍ୟା ଉପୁଜୁଛି, ସେ ସମସ୍ୟାର ସମାଧାନ ଦିଗରେ ସରକାରଙ୍କ ଅପାରଗତାକୁ । ଯେଉଁ ଛାତ୍ରୀମାନେ ଧନ୍ଦାମୂଳକ ତାଲିମ୍ ନେବେ ସେମାନଙ୍କ ଭବିଷ୍ୟତ କ’ଣ? ସେମାନେ ଯେଉଁ ସମୟ ଓ ଆର୍ଥିକ ସଙ୍କଟ ଭିତରେ ଗତି କରିବେ, ସେ ଦିଗରେ ସରକାର ଦାୟୀ ରହିବେ ତ? ଯଦି ଏହା ନକରାଯାଏ, ଆଗାମୀ ଦିନରେ ଓଡ଼ିଶା ବନ୍ଦ କରାଯିବ ଏବଂ ସମସ୍ତ ନୋଡ଼ାଲ କାଉନ୍ସେଲିଂ ସେଣ୍ଟରରେ ତାଲା ପକାଇ ଦିଆଯିବ ବୋଲି ସଂଘର ରାଜ୍ୟ ସଭାପତି ପାର୍ଥସାରଥୀ ଜେନା ଗୁରୁବାର ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦିକା ସଂଯୁକ୍ତା ସାହୁ, କାର୍ଯ୍ୟକାରିଣୀ ସଭାପତି ବିଷ୍ଣୁପି୍ରୟା ଖନ୍ଦାଇ, ଜଗତସିଂହପୁର ଜିଲ୍ଲା ସଭାପତି ସୋନାଲି ମହାନ୍ତି, ପ୍ରାଚୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*