ଧଉଳିରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ୍‌ ବ୍ୟାଙ୍କ ମ୍ୟାନେଜରଙ୍କ ପରେ କଣ୍ଟ୍ରାକ୍ଟରଙ୍କୁ ଟାର୍ଗେଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଧଉଳି ଥାନା ଅଞ୍ଚଳରେ ପୁଣି ମାତିିଲେ ଲୁଟେରା ଗ୍ୟାଙ୍ଗ୍‌ । କର୍ଫୁ୍ୟ ରାତିରେ କମିଶନରେଟ୍‌ ପୁଲିସକୁ ଖାତିିନ କରି ଅପରାଧୀମାନେ ଅଞ୍ଚଳର ନାମିଦାମୀ ବ୍ୟକ୍ତିଙ୍କ ଘରୁ ଲକ୍ଷାଧିକ ଟଙ୍କା ଲୁଟି ନେବାରେ ସଫଳ ହୋଇଛନ୍ତି । ବ୍ୟାଙ୍କ ମ୍ୟାନେଜରଙ୍କ ଘରୁ କାର୍‌ ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍‌ କରିବା ଘଟଣାକୁ ଗୋଟିଏ ସପ୍ତାହ ନ ପୁରୁଣୁ ପୁଣି ଅଞ୍ଚଳରେ ଘଟିଛି ଲୁଟ୍‌ପାଟ । ଲୁଟେରାମାନେ ଜଣେ କଣ୍ଟ୍ରାକ୍ଟରଙ୍କ ଘରେ କଳାକନା ବୁଲାଇବା ସହ ନଗଦ ୭୦ ହଜାର ଟଙ୍କା ସହ ୧୦ଲକ୍ଷ ଟଙ୍କାର ସୁନାଗହଣା ଓ ଘର କରଣା ଜିନିଷପତ୍ର ଲୁଟି ନେଇ ପଳାଇଛନ୍ତି । ଏଭଳି ଘଟଣା ରବିବାର ବିଳମ୍ବିତ ରାତିରେ ଶିଶୁପାଳଗଡ ଦିବ୍ୟବିହାରରେ ଘଟିଛି । ଲୁଟ୍‌ର ଶୀକାର ହୋଇଥିବା କଣ୍ଟ୍ରାକ୍ଟର ହେଲେ କିଶୋର କୁମାର ସାହୁ । ଏନେଇ କିଶୋର ଧଉଳି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚô ତଦନ୍ତ କରିବା ସହ ଅପରାଧୀମାନଙ୍କୁ ଧରିବା ପାଇଁ ଚଢ଼ଉ ଆରମ୍ଭ କରିଛି । ଧଉଳି ଥାନା ନିକଟସ୍ଥ ଶିଶୁପାଳଗଡ ଲକ୍ଷ୍ମୀବିହାରରେ ରହୁଥିବା ବ୍ୟାଙ୍କ ମ୍ୟାନେଜର ଆନନ୍ଦ ପରିଡାଙ୍କ ଘରୁ ଦୁର୍ବୃତ୍ତମାନେ କାର୍‌ ସହ ପ୍ରାୟ ୧୦ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇ ପଳାଇବାରେ ସଫଳ ହୋଇଥିଲେ । ଅପାଧୀମାନଙ୍କୁ ଧରିବାରେ ଧଉଳି ଥାନା ପୁଲିସ ବିଫଳ ହୋଇଛି । ପୁଲିସ ଏବେ ହାତ ଟେକି ଦେବା ସହ ଅଞ୍ଚଳରେ ବାରମ୍ବାର ଲୁଟ୍‌ପାଟ ଯୋଗୁଁ ଲୋକେ ଅତିଷ୍ଠ ହୋଇପଡିଥିବା ଜଣାପଡିଛି । ପୁଲିସ ପାଟ୍ରୋଲିଂ ଠିକ ଭାବେ ହେଉନଥିବାରୁ ଅଞ୍ଚଳରେ ବାରମ୍ବାର ଲୁଟ୍‌ପାଟ ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଅଞ୍ଚଳରେ ୧୦ ଦିନ ଭିତରେ ୫ରୁ ଅଧିକ ସ୍ଥାନରୁ ଛୋଟବଡ ଲୁଟ୍‌ପାଟ ହୋଇଥିଲେ ମଧ୍ୟ ଲୋକେ ଥାନାରେ ଅଭିଯୋଗ କରିନଥିବା ଜଣାପଡିଛି । ଦୁର୍ବୃତ୍ତମାନେ ୧୦ ଦିନରେ ୨୫ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେବାରେ ସଫଳ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଶିଶୁପାଳଗଡ ଲକ୍ଷ୍ମୀବିହାର ନିକଟରେ ଦିବ୍ୟ ବିହାର ରହିଛି । ଏହି ଅଞ୍ଚଳରେ ସିଭିଲ କଣ୍ଟ୍ରାକ୍ଟର ଭାବେ କିଶୋର କୁମାର ସାହୁ ବେଶ୍‌ ପରିଚିତ । ସେଠାରେ ସେ ଦୁଇ ମହଲା ଘର କରି ରୁହନ୍ତି । କିଶୋରଙ୍କ ନିଜ ଗ୍ରାମ କେନ୍ଦ୍ରାପଡା ଜିଲ୍ଲା ରାଜନଗ ଅଞ୍ଚଳରେ । ଗାଁରେ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଶ୍ରୀ ସାହୁ ପରିବାର ସହ ଗ୍ରାମକୁ ଯାଇଥିଲେ । ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଶ୍ରୀ ସାହୁଙ୍କ ଝରକା ତାଡି ଘରେ ପ୍ରବେଶ କରିଥିଲେ । ଘର ଆଲମିରାରେ ଭାଙ୍ଗିଦେବା ଦେଇଥିଲେ । ପରବର୍ତ୍ତି ସମୟରେ ଆଲମିରାରେ ଥିବା ନଗଦ ୭୦ ହଜାର ଟଙ୍କା, ୫୦ ହଜାର ଟଙ୍କାର କଏନ, ୧୫ ଭରି ସୁନା ଅଳଙ୍କାର, ୧୦ଟି ସୁନାମୁଦ୍ରା, ୫୦୦ ଗ୍ରାମର ରୂପା ଅଳଙ୍କାର, ୫୦ ଇଂଚର ଏଲଇଡି ଟିଭି ଏବଂ ଘର ବାଥରୁମରେ ଲାଗିଥିବା ଦାମି ଜିନିଷପତ୍ରକୁ ନେଇ ପଳାଇଥିଷଲ । ସୋମବାର ସକାଳୁ ପଡୋଶୀମାନେ ଘରୁ ଲୁଟ୍‌ ହୋଇଥିବା ନେଇ ଜାଣିବା ପରେ ଶ୍ରୀ ସାହୁଙ୍କୁ ଫୋନ କରିଥିଲେ । ଖବର ପାଇବା ପରେ ଶ୍ରୀ ସାହୁ ଘଟଣା ସ୍ଥଳରେ ପହଞ୍ଚô ଦେଖିବା ବେଳକୁ ଦୁର୍ବୃତ୍ତମାନେ ଘରର ଝରକା ତାଡି ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା ନେଇ ପଳାଇଛନ୍ତି । ଏନେଇ ସେ ଧଉଳି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଓ ସାଇଣ୍ଟିଫିକଟିମ୍‌ ଘଟଣା ସ୍ଥଳରେ ପହଞ୍ଚô ଅନୁସନ୍ଧାନ ଆରମ୍ଭ କରିଛି । ପୁଲିସ ଅଭିଯୋଗ ରଖିବା ପରେ ଅପରାଧୀମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରଖିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*