ଦୟା ଆବେଦନ ପତ୍ରକୁ ଫେରାଇବାକୁ କହିଲା ନିର୍ଭୟା ଗଣଦୁଷ୍କର୍ମର୍କାରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
୨୦୧୨ରେ ଦିଲ୍ଲୀରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ଶନିବାର ରାଷ୍ଟ୍ରପତିଙ୍କୁ ପଠାଯାଇଥିବା ନିଜର ଦୟା ଆବେଦନକୁ ଫେରସ୍ତ କରିବା ଲାଗି ଇଚ୍ଛା ପ୍ରକଟ କରିଛି । ରିପୋର୍ଟ ମୁତାବକ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପଠାଯାଇଥିବା ଦୟା ଆବେଦନ ପତ୍ରରେ ନିର୍ଭୟାକାନ୍ଦର ଦୋଷୀ ବିନୟ ଶର୍ମା ନିଜର ହସ୍ତାକ୍ଷର ନଥିବା ଦର୍ଶାଇ ଏହାକୁ ତୁରନ୍ତ ଫେରାଇବାକୁ ଅପିଲ କରିଛି ।
ସୂଚନାଥାଉ ଯେ, ଗୃହ ମନ୍ତ୍ରଣାଳୟ ଶୁକ୍ରବାର ନିର୍ଭୟାକାନ୍ଦର ଦୋଷୀ ବିନୟ ଶର୍ମାର ଦୟା ଆବେଦନର ଫାଇଲ୍‌ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲା । ଏହା ସହ ମନ୍ତ୍ରଣାଳୟ ଦୟା ଆବେଦନକୁ ଖାରଜ୍‌ କରିବା ଲାଗି ମଧ୍ୟ ସୁପାରିସ୍‌ କରିଥିଲା । ଦିଲ୍ଲୀ ଉପ-ରାଜ୍ୟପାଳ ଅନିଲ ବୈଜଲ ନିର୍ଭୟା ଦୁଷ୍କର୍ମକାରୀର ଦୟା ଆବେଦନକୁ ଖାରଜ୍‌ କରିବାର ପ୍ରସ୍ତାବ ଗୃହ ମନ୍ତ୍ରଣାଳୟକୁ ପଠାଇଥିଲେ । ତେବେ ଏପର୍ଯ୍ୟନ୍ତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା ଉପରେ କୌଣସି ନିଷ୍ପତ୍ତି ନେଇନଥିବା ଜଣାପଡ଼ିଛି । ଅପରପକ୍ଷରେ ନିର୍ଭୟାଙ୍କ ବାପା ଓ ମା’ ସମସ୍ତ ଦୋଷୀଙ୍କୁ ଖୁବ୍‌ଶୀଘ୍ର ଫାଶି ଦନ୍ଦ ଦିଆଯାଉ ବୋଲି ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*