ଦ୍ୱିତୀୟ ଥର ପାଇଁ କିମ୍‌ଙ୍କୁ ଭେଟିଲେ ଟ୍ରମ୍ଫ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ହାନୋଇ

ଉତ୍ତର କୋରିଆ ନେତା କିମ୍‌ ଜଙ୍ଗ ଉନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍‌ଙ୍କ ମଧ୍ୟରେ ବୁଧବାର ସ୍ଥାନୀୟ ମେଟ୍ରୋପୋଲ ହୋଟେଲରେ ଦ୍ୱିତୀୟ ଥର ପାଇଁ ସାକ୍ଷାତ ଆଲୋଚନା ହୋଇଛି । ଉଭୟ ନେତା ପ୍ରଥମ ଥର ପାଇଁ ଏକାସାଙ୍ଗରେ ଡିନର ମଧ୍ୟ କରିଥିଲେ । ଗତ ବର୍ଷ ଜୁନ ୧୨ରେ ସିଙ୍ଗାପୁରଠାରେ ପ୍ରଥମ ଥର ପାଇଁ ୨ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ୪୭ ବର୍ଷ ପୂର୍ବେ ହାନୋଇଠାରେ ଆମେରିକା ବୋମା ପକାଇଥିଲାବେଳେ ମଙ୍ଗଳବାର ଏହି ଜାଗାକୁ ହିଁ କିମ୍‌ ସହ ଆଲୋଚନା ପାଇଁ ବାଛିଥିଲା । ହାନୋଇ ଗସ୍ତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ୍‌ ଟୁଇଟ୍‌ କରି କିମ୍‌ ସହ ତାଙ୍କର ଆଲୋଚନା ସଫଳ ହେବା ନେଇ ଆଶା ବ୍ୟକ୍ତ କରିଥିଲେ । ଉତ୍ତର-କୋରିଆ ସଂପୂର୍ଣ୍ଣ ରୂପେ ପରମାଣୁ ହତିୟାର ନଷ୍ଟ କରିବା ପରେ ଏହା ଦ୍ରୁତ ଗତିରେ ଆର୍ଥିକ ଶକ୍ତି କେନ୍ଦ୍ରରେ ପରିଣତ ହୋଇଯିବ । ମୁଁ ଆଶା କରୁଛି ଯେ, କିମ୍‌ ବୁଝିବିଚାରି ନିଷ୍ପତ୍ତି ନେବେ । କିନ୍ତୁ ମୁଁ କୌଣସି ପ୍ରକାର ଶୀଘ୍ରତା ଚାହୁଁନାହିଁ ବୋଲି ଟ୍ରମ୍ଫ୍‌ କହିବା ସହ ସେଠାକୁ ମୁଁ କୌଣସି ପ୍ରକାର ପରୀକ୍ଷା କରିବାକୁ ଯାଉନାହିଁ ବୋଲି ଟୁଇଟ୍‌ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*