ଦ୍ୱିତୀୟ ଟି-୨୦ ହାରିଗଲା ଭାରତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଥିରୁଭନନ୍ତପୁରମ୍‌

ଯୁବା ୱେଷ୍ଟଇନ୍ଦିଜବାହିନୀ ଉଭୟ ବୋଲିଂ ଓ ବ୍ୟାଟିଂରେ ଚମକିବା ଫଳରେ ଭାରତକୁ ୮ୱିକେଟରେ ହରାଇ ଦେଇ ଦ୍ୱିତୀୟ ଟି-୨୦ ଜିତି ନେଇଛି । ଫଳରେ ୩ଟିକିଆ ଟି-୨୦ ସିରିଜ୍‌ ଏବେ ୧-୧ରେ ବରାବର ରହିଛି । ୧୭୧ରନର ଟାର୍ଗେଟ ଇନ୍ଦିଜ ଦଳ ସକାଶେ ଦେଇଥିଲା ଭାରତ । ଏହାକୁ ପାର ହେବାକୁ ଆଦୌ ଅସୁବିଧାରେ ପଡିନଥିଲେ ଇନ୍ଦିଜ ଖେଳାଳି । ଆହୁରି ୯ବଲ୍‌ ବାକିଥିବା ବେଳେ ସେମାନେ ୨ ୱିକେଟରେ ୧୭୩ରନ ସଂଗ୍ରହ କରି ମ୍ୟାଚକୁ ୮ ୱିକେଟରେ ଜିତିଥିଲେ । ଓପନର ସିମନ୍ସ ୪୫ବଲରୁ ୪ଟି ଲେଖାଏଁ ଚୌକା ଓ ଛକା ମାରି ୬୭ରନ କରିବା ସହ ଅପରାଜିତ ରହି ଦଳକୁ ଜିତାଇଥିଲେ । ନିକୋଲ୍ସ ମଧ୍ୟ ୧୮ବଲରୁ ୩୮ କରି ରହିଥିଲେ ଅପରାଜିତ । ଲୁଇସ୍‌ ୪୦ ଏବଂ ସିମରନ୍‌ ୨୩ରନର ଯୋଗଦାନ ଦେଇଥିଲେ । ଭାରତୀୟ ବୋଲିଂ ଓ ଫିଲ୍ଡିଂ ଶୁକ୍ରବାର ଭଳି ଏଠାରେ ମଧ୍ୟ ଦୁର୍ବଳ ରହିଥିଲା ।
ଟସରେ ହାରିବା ପରେ ଭାରତୀୟ ଦଳ ରବିବାର ଦ୍ୱିତୀୟ ଟି-୨୦ ମ୍ୟାଚରେ ପ୍ରଥମ କରି ବ୍ୟାଟିଂ କରିଥିଲା । ନିଜ ନିର୍ଦ୍ଧାରିତ ୨୦ ଓଭରରେ ୭ୱିକେଟ ହରାଇ ଭାରତ କରିଥିଲା ୧୭୦ରନ । ବିରାଟଙ୍କ ପୂର୍ବରୁ ଫାଷ୍ଟଡାଉନରେ ବ୍ୟାଟିଂ କରିବାକୁ ଆସିଥିବା ଶିଭମ୍‌ ଦୁବେ ଖେଳିଥିଲେ ଏକ ଜମାଣିଆ ଇନିଂସ । କେବଳ ୩୦ବଲରୁ ୪ ଛକା ଓ ୩ ଚୌକା ସହ ସେ କରିଥିଲେ ୫୪ରନ । ପନ୍ତ ଗୋଟିଏ ଛକା ଓ ୩ ଚୌକା ସହ ୨୨ବଲରୁ ୩୩ରନ କରି ଅପରାଜିତ ରହିଥିଲେ । ରୋହିତ ଶର୍ମା ୧୫, ରାହୁଲ ୧୧ ଏବଂ ବିରାଟ କୋହଲି ୧୯ରନର ଯୋଗଦାନ ଦେଇଥିଲେ । ୱେଷ୍ଟଇନ୍ଦିଜ ପକ୍ଷରୁ ୱାଲ୍ସ ଏବଂ ୱିଲିୟମ୍ସ ନେଇଥିଲେ ୨ଟି ଲେଖାଏଁ ୱିକେଟ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*