ଦ୍ରବ୍ୟ ଓ ସେବା କର ସମ୍ପର୍କରେ କର୍ମଶାଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ବାରିପଦା

ବାରିପଦାଠାରେ ଦ୍ରବ୍ୟ ଓ ସେବା କର ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ନୂତନ ଦ୍ରବ୍ୟ ଓ ସେବା କର ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ । ଦ୍ରବ୍ୟ ଓ ସେବା କର ରିଟର୍ଣ୍ଣ ଦାଖଲ ସମ୍ପର୍କରେ ବକ୍ତାମାନେ ସମସ୍ତଙ୍କୁ ଅବଗତ କରିଥିଲେ । ଉପସ୍ଥିତ ବ୍ୟବସାୟୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରାଯାଇଥିଲା । ଉପକମିଶନର ସାରଦା ପ୍ରସାଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଅତିରିକ୍ତ ବାଣିଜ୍ୟକର ଅଧିକାରୀ ଗୁରୁକଲ୍ୟାଣ ରାଉତ, ରାଇରଙ୍ଗପୁର ବାଣିଜ୍ୟ କର ଅଧିକାରୀ ମୁରେଶ ପିଡ଼ିଶିକା, ଟ୍ୟାକ୍ସ ଆଇନଜୀବୀ ସଂଘର ସଭାପତି ଅନ୍ତର୍ଯ୍ୟାମୀ ସାହୁ, ସମ୍ପାଦକ ବିରେନ୍ଦ୍ର ନାଥ ସାହୁ, ସୁଜିତ ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*