ଦେଢ଼ବର୍ଷ ଭିତରେ ୩୨ ମହିଳାଙ୍କୁ ବଳାକ୍ରାର, ଅନେକଙ୍କୁ କରିଥିଲେ ହତ୍ୟା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଇଲୁରୁ
ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାରେ ପୁଲିସ୍‌ ଚାରିଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଯେଉଁମାନେ ଗତ ଦେଢବର୍ଷ ଭିତରେ ୩୨ରୁ ଅଧିକ ମହିଳାଙ୍କୁ ବଳାକ୍ରାର କରିବା ସହ କିଛି ମାମଲାରେ ଘଟଣା ପ୍ରଘଟ ହୋଇଯିବା ଭୟରେ ମହିଳାଙ୍କୁ ହତ୍ୟା ମଧ୍ୟ କରିଛନ୍ତି । ଗତ ଫେବୃଆରୀ ୨୬ ତାରିଖରେ ଜଣେ ମହିଳାଙ୍କୁ ଅପହରଣ ପରେ ବଳାକ୍ରାର ଏବଂ ଶେଷରେ ହତ୍ୟା କରିବା ଘଟଣାରେ ଏହି ଚାରିଜଣ ଗିରଫ ହୋଇଥିଲା ବେଳେ ଏବେ ପ୍ରକୃତ ଘଟଣା ପଦାକୁ ଆସିଛି ।
ପଶ୍ଚିମ ଗୋଦାବରୀର ଏସ୍‌ପି ଏମ୍‌ ରବିପ୍ରକାଶ କହିଛନ୍ତି ଯେ, ପଚରାଉଚୁରା ସମୟରେ ଅନେକ ରୋଚକ ଘଟଣା ପଦାକୁ ଆସିଛି । ଏହି ଗ୍ୟାଙ୍ଗ ଏକୁଟିଆ ଯାଉଥିବା ମହିଳାଙ୍କୁ ଟାର୍ଗେଟ କରୁଥିଲେ । ସେମାନଙ୍କୁ ଅପହରଣ କରି ଏକାନ୍ତ ସ୍ଥାନକୁ ନେଉଥିଲେ, ପରେ ସାମୂହିକ ଦୁଷ୍କର୍ମ ସହ ହତ୍ୟା ମଧ୍ୟ କରୁଥିଲେ । ୨୦୧୭ରେ ପ୍ରଥମେ ଅଗିରାପଲ୍ଳି ଅଞ୍ଚଳରେ ସେମାନେ ପ୍ରଥମ ଅପରାଧ କରିଥିଲେ । ଅଦ୍ୟାବଧି ୩୨ ମହିଳାଙ୍କୁ ବଳାକ୍ରାର କରିଥିବା ଏହି ଅଭିଯୁକ୍ତମାନଙ୍କ ବିରୋଧରେ କିଛିଟା ଘଟଣାରେ ମାମଲା ରୁଜୁ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*