ଦେଶ ଓ ସମାଜ ପାଇଁ ନିସ୍ୱାର୍ଥପର ସେବା କରିବାକୁ ରାଜ୍ୟପାଳଙ୍କ ଆହ୍ୱାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ବାରିପଦା

ଚିନ୍ତା ଓ କ୍ରୋଧ ତ୍ୟାଗ କରିଲେ ଶାନ୍ତି ମିଳିଥାଏ ବୋଲି ରାଜ୍ୟପାଳ ଗଣେଶୀଲାଲ ମତ ପ୍ରକାଶ କରିଛନ୍ତି । ଦେଶ ଓ ସମାଜ ପାଇଁ ନିସ୍ୱାର୍ଥପର ସେବା କରିବାକୁ ସେ ଆହ୍ୱାନ ଦେଇଛନ୍ତି । ବୁଧବାର ଅପରାହ୍ଣରେ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ ଅନ୍ତର୍ଗତ ମଙ୍ଗଳପୁରଠାରେ ମା ମଙ୍ଗଳା ବାଳାଶ୍ରମର ବାର୍ଷିକ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ଗଣେଶୀଲାଲ ମହାପ୍ରଭୁ ଜଗନ୍ନାଥଙ୍କ ଦେଶରେ କେହି ଅନାଥ ନୁହଁନ୍ତି ବୋଲି କହିଛନ୍ତି । ବାଳାଶ୍ରମର ଅନ୍ତେବାସୀଙ୍କୁ ସ୍ନେହ ଦେଇ ସେମାନଙ୍କର ପିତାମାତା ଜୀବିତଥିବାର ଭାବସୃଷ୍ଟି କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ସେମାନଙ୍କୁ ଭଗବାନଙ୍କ ସ୍ୱରୂପ ମନେକରି ସମସ୍ତେ ସେବା କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି । ମା ମଙ୍ଗଳା ବାଳାଶ୍ରମଙ୍କୁ ୫ଲକ୍ଷ ଟଙ୍କାର ଅନୁଦାନ ରାଜ୍ୟପାଳ ଗଣେଶୀଲାଲ ଘୋଷଣା କରିବା ସହିତ ବାଳାଶ୍ରମ ଅନ୍ତେବାସୀମାନଙ୍କ ଦ୍ୱାରା ପରିବେଶ ସୁରକ୍ଷା ପାଇଁ ପ୍ରସ୍ତୁତ ଅଡିଓ କ୍ୟାସେଟ୍‌କୁ ଲୋକାର୍ପିତ କରିଥିଲେ । ଶିକ୍ଷକ ଡଃ ରମାକାନ୍ତ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଭାଜପାର ବରିଷ୍ଠନେତା ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ, ବାଳାଶ୍ରମର ସଂପାଦକ ଭାସ୍କର ଜେନା, ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଏସ୍‌ପି ଅବିନାଶ କୁମାର ପ୍ରମୁଖ ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*