ଦେଶୀ ମଦ ଭର୍ତ୍ତି କାର୍ ଜବତ୍, ଡ୍ରାଇଭର ଗିରଫ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ବାଲେଶ୍ୱର

ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅବକାରୀ ବିଭାଗର ଅଧୀକ୍ଷକ ବିବେକାନନ୍ଦ ନାୟକଙ୍କ ନିଦେ୍ର୍ଦଶ କ୍ରମେ ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ଼ ପକ୍ଷରୁ ଏବେ ତନାଘନା ଜାରି ରହିଛି । ତେବେ ପୁରୁଣାବାଲେଶ୍ୱରରୁ ସୋର ଅଞ୍ଚଳରୁ ବିପୁଳ ପରିମାଣର ଦେଶୀ ମଦ ଚୋରା ଚାଲାଣ ହେଉଥିବା ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଫ୍ଲାଇଂ ସ୍କ୍ୱାର୍ଡର ଟିମ୍ ସଜାଗ ହେବା ସହ ସହର ତଳି ଅଞ୍ଚଳ ଉପରେ ନଜର ରଖିଥିଲା । ମଦ ନେଇ ଯାଉଥିବା ଇନ୍ଦିକା କାରକୁ ଅବକାରୀ ଟିମ୍ କୁରୁଡ଼ା ବାଇପାସ ନିକଟରେ ଧରିଥିଲା । ୫ଶହ ଲିଟର ଦେଶୀମଦକୁ ଜବତ୍ ସହ ଡ୍ରାଇଭର ସୁନହଟ ଅଞ୍ଚଳର ସ୍ୱର୍ଗତ ଆଲ୍ଲାଉଦ୍ଦିନ୍ଙ୍କ ପୁତ୍ର ଶେଖ୍ ସଫିରୁଦ୍ଦିନ୍ (୨୮)ଙ୍କୁ ଫ୍ଲାଇଂ ସ୍କ୍ୱାର୍ଡ ଗିରଫ କରିଥିଲା । ଜବତ ଦେଶୀ ମଦର ଆନୁମାନିକ ମୂଲ୍ୟ ୫୦ ହଜାରରୁ ଅଧିକ ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ସୂଚନା ଦେଇଥିଲେ । ଏନେଇ ୧୧୧/୨୦୧୯-୨୦ ନଂର ମାମଲା ରୁଜୁ ସହ ଗିରଫ ଡ୍ରାଇଭର ସଫିରୁଦ୍ଦିନ୍ଙ୍କୁ କୋର୍ଟ ଚାଲାଣ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*