ଦେଶୀମଦ ଭର୍ତ୍ତି ପିକ୍ଅପ ଜବତ, ଡ୍ରାଇଭର ଫେରାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ବାଲେଶ୍ୱର

ବାଲେଶ୍ୱରରୁ ସୋର ଏବଂ ଭଦ୍ରକ ଅଞ୍ଚଳକୁ ଚାଲାଣ ହେଉଥିବା ଚୋରା ଦେଶୀ ମଦ ଭର୍ତ୍ତି ପିକ୍ଅପକୁ ଅବକାରୀ ମୋବାଇଲ ସ୍କ୍ୱାର୍ଡ଼ ଜବତ କରିଛି । ପୁରୁଣା ବାଲେଶ୍ୱର ଓ ତୁଳସୀପଦା ପ୍ରଭୃତି ଅଞ୍ଚଳରୁ ପ୍ରସ୍ତୁତ ଦେଶୀ ମଦ ଚାଲାଣ ହେଉଥିବା ନେଇ ପୂର୍ବରୁ ସୂଚନା ପାଇ ଅବକାରୀ ବିଭାଗ ନଜର ରଖିଥିଲା । ବାଲେଶ୍ୱରରୁ ଯାଉଥିବା ଓଡି୦୧ଜେଡ୍/୨୯୪୭ ନଂର ପିକ୍ଅପକୁ ୧୬ ନଂ ଜାତୀୟ ରାଜପଥର ପଣପଣାଠାରେ ମୋବାଇଲ ଟିମ୍ ଅଟକାଇ ଯାଞ୍ଚ କରିଥିଲା । ମାତ୍ର ଅବକାରୀ ଟିମ୍କୁ ଦେଖି ଏଥିରେ ଥିବା ଡ୍ରାଇଭର ଗାଡ଼ିକୁ ଅଟକାଇ କୌଶଳକ୍ରମେ ସେଠାରୁ ଫେରାର ହୋଇଯାଇଥିଲା । ଅବକାରୀ ଟିମ୍ ଏହି ପିକଅପ୍ ସମେତ ଏଥିରେ ଥିବା ୯୬୦ ଲିଟର ଦେଶୀମଦକୁ ଜବତ କରିଛି । ଏନେଇ ୧୩୪/୨୦୧୯-୨୦ ନଂ ଏକ ମାମଲା ରୁଜୁ ସହ ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*