ଦେଶର ୪୦୦ ଜିଲ୍ଲାରେ ପହଞ୍ଚି ସାରିଛି ସିଟି ଗ୍ୟାସ ବିତରଣ : ଧର୍ମେନ୍ଦ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ନୂଆଦିଲ୍ଲୀ/ଭୁବନେଶ୍ୱର

ସରକାର ଆସିବା ପୂର୍ବରୁ ଦେଶର ପ୍ରାୟ ୯୦ଟି ଜିଲ୍ଲାରେ ସିଟି ଗ୍ୟାସ୍ ବିତରଣ (ସିଜିଡି) ଥିଲା । କିନ୍ତୁ ନୂଆ ସରକାର ଆସିବା ପରେ ଏବେ ଦେଶରେ ବୃଦ୍ଧି ପାଇଁ ୪୦୦ ଜିଲ୍ଲାରେ ସିଜିଡି ପହଞ୍ଚିସାରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନୂଆଦିଲ୍ଲୀଠାରେ ସତତ୍ କାର୍ଯ୍ୟକ୍ରମରେ କମ୍ପ୍ରେସ୍ଡ ବାୟୋ ଗ୍ୟାସ(ସିବିଜି) ପାଇଁ ୧୦୦ତମ ଏଲଓଆଇ ବଣ୍ଟନ କରାଯିବା ଦିବସରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ଜମି, ଜଙ୍ଗଲ, ସହରାଞ୍ଚଳର ବର୍ଜ୍ୟ ବସ୍ତରୁ ନୂତନ ପଦ୍ଧତିରେ ଇନ୍ଧନ ବାହାର କରିବାର ପ୍ରକ୍ରିୟା ଦେଖାଯାଇଥିଲା । ପରେ ୨ଜି ଇଥାନଲର ରୂପ ଆସିଲା ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ଜ୍ୟବସ୍ତୁରୁ ବାୟୋ ସିଏନଜି ଓ ବାୟୋ ଗ୍ୟାସ ବନିପାରିବ । ଏଥିପାଇଁ କଞ୍ଚାମାଲର ଆବଶ୍ୟକତା ନାହିଁ । ବର୍ଷକ ପୂର୍ବରୁ ବାୟୋ ସିଏନଜି ଉପରେ କେବଳ ଚର୍ଚ୍ଚା କରାଯାଉଥିଲା । ମାତ୍ର ବର୍ଷକ ପରେ ଏହି କ୍ଷେତ୍ରରେ ୧୦୦ଟି କମ୍ପାନୀ ବନାଇବାର ପଦକ୍ଷେପ ନିଆଯାଇ ଏଲଓଆଇ ଦେବା ସହ ନେଟଓାର୍କ ମଧ୍ୟ ବନିସାରିଲାଣି । ଏହି ପ୍ରକଳ୍ପ ଆଗାମୀ ୬ ମାସ ମଧ୍ୟରେ ବୃଦ୍ଧି ପାଇବ । ୧୦୦ ରୁ ଏହି ସଂଖ୍ୟା ୫୦୦୦ କରିବାର ଆବଶ୍ୟକ ରହିଛି । ଅର୍ଥାତ୍ ଦେଶର ପ୍ରତି ଜିଲ୍ଲାରେ ହାରାହାରି ୧୦ଟି ପ୍ଲାଣ୍ଟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି କ୍ଷେତ୍ରରେ ବଡ ବଡ ସହରରେ ୧୦୦ ପ୍ଲାଣ୍ଟ ନିର୍ମାଣ ହେଲେ ଅନେକ ସୁବିଧା ମଧ୍ୟ ହୋଇପାରିବ । ଆଜିର ୧୦୦ ସଂଖ୍ୟା ୧୦୦୦ ଛୁଇଁବାର ଆବଶ୍ୟକତା ରହିଛି । ୨୦୨୩ ସୁଦ୍ଧା ଦେଶରେ ୫୦୦୦ ସିବିଜି ପ୍ରକଳ୍ପ ହେବା ଉଚିତ । ଫଳରେ ଏଥିରେ ହାରାହାରି କ୍ୟାପିଟାଲ ୧ ଲକ୍ଷ ୧୭ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି ପ୍ରକଳ୍ପ ହେବା ଦ୍ୱାରା ଦେଶର ସମସ୍ତ ବର୍ଜ୍ୟବସ୍ତୁ ସଫା ହୋଇଯିବ, ପ୍ରଦୂଷଣ ନିୟନ୍ତ୍ରଣ ହେବ, ନୂଆ ନିଯୁକ୍ତି ସୃଷ୍ଟି ହେବ ଏବଂ ନୂଆ ନୂଆ ଉଦ୍ୟମୀ ମଧ୍ୟ ତିଆରି ହେବେ, ପ୍ରଦୂଷଣ ଯୁକ୍ତ ଇନ୍ଧନ ଆସିବ, ଦେଶର ଆମଦାନୀ ହ୍ରାସ ପାଇବା ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି କେନ୍ଦ୍ର ସରକାର ଗତ ବଜେଟ୍ରେ ଗୋବର୍ଦ୍ଧନ ଏବଂ ଚଳିତ ବଜେଟ୍ରେ କାମଧେନୁ କରି ପଶୁ ପାଳନକୁ ଗୁରୁତ୍ୱ ଦେଉଛନ୍ତି । ପଶୁପାଳନ କରୁଥିବା କୃଷିଙ୍କୁ ପ୍ରଥମ ଥର କିଷାନ କ୍ରେଡିଟ୍ କାର୍ଡ ଦିଆଯିବ । ସରକାର କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । କୃଷକଙ୍କୁ ଆମଦାନୀଙ୍କୁ ଦୁଇ ଗୁଣ କରିବାର ଲକ୍ଷ୍ୟ ପ୍ରଧାନମନ୍ତ୍ରୀଙ୍କର ରହିଥିବା ବେଳେ ସବୁଠୁ ବଡ ଚାବି ଏହି ପ୍ରକଳ୍ପ ସହ ଜଡିତ ବୋଲି ସେ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*