ଦେଶର ଅର୍ଥ ବ୍ୟବସ୍ଥା ଦ୍ରୁତ ଗତିରେ ବଢୁଛି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଅର୍ଥ ବ୍ୟବସ୍ଥାର ସୁଧାର ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ୫ପ୍ରତିଶତର ଅଭିବୃଦ୍ଧି ମାନ୍ଦାବସ୍ଥାର ସୂଚନା ନୁହେଁ । ଦେଶର ଅର୍ଥ ବ୍ୟବସ୍ଥା ଦ୍ରୁତ ବେଗରେ ଆଗକୁ ବଢିବାରେ ଲାଗିଛି ।
ଠାକୁର କହିଛନ୍ତି ଯେ, ସରକାରଙ୍କ ସୁଧାର ପ୍ରକି୍ରୟା ଧାରାରେ ଉଦ୍ୟୋଗ ଜଗତକୁ ଟିକସ ରିହାତି ଦିଆଯାଇଛି, ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ ଧାରାକୁ କୋହଳ କରାଯାଇଛି । ଅନେକ ବ୍ୟାଙ୍କକୁ ମିଶାଇ ବଡ ବ୍ୟାଙ୍କ ସୃଷ୍ଟି କରାଯାଇଛି । ଏହାର ଉଦେ୍ଦଶ୍ୟ ହେଉଛି ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାକୁ ମଜବୁତ କରିବା । ସେହିପରି ସରକାର କଳା ଟଙ୍କା ବିରୁଦ୍ଧରେ ବଡ ପଦକ୍ଷେପ ଉଠାଇଛନ୍ତି । ଜିଏସଟି ନୋଟ ବନ୍ଦୀ କାରଣରୁ ଟିକସଦାତାଙ୍କ ସଂଖ୍ୟାରେ ବଡ ବୃଦ୍ଧି ଘଟିଛି । ଅକ୍ଟୋବରର ବିଶ୍ୱ ଅର୍ଥନୈତିକ ଦୃଶ୍ୟପଟ୍ଟ ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱରେ ଏବେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ଭାରତରେ ଅଭିବୃଦ୍ଧି ହାର ହ୍ରାସ ପାଇଥିଲେ ମଧ୍ୟ ଦେଶର ଅର୍ଥ ବ୍ୟବସ୍ଥା ଆଗକୁ ବଢିବାରେ ଲାଗିଛି । ଭାରତକୁ ୫ଟି୍ରଲିୟନ ଡଲାରର ଅର୍ଥ ବ୍ୟବସ୍ଥା ବନାଇବା ପାଇଁ ନିବେଶ ମାହୋଲ ପ୍ରସ୍ତୁତ କରାଯାଇଛି ଏବଂ ଅର୍ଥ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ପାଇଁ ପଦକ୍ଷେପ ନିଆଯାଉଛି । ତେଣୁ ଭାରତର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି ବୋଲି ଯେଉଁ ଚର୍ଚ୍ଚା ହେଉଛି, ତାହା ଯୁକ୍ତିଯୁକ୍ତ ନୁହେଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*