ଦେଶରେ ରୋଜଗାର ହ୍ରାସର କୌଣସି କାରଣ ନାହିଁ: ଗଙ୍ଗୱାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

କେନ୍ଦ୍ର ସରକାର ସୋମବାର ପୁଣି ଥରେ ସେହି କଥାକୁ ଦୋହରାଇଛନ୍ତି ଯେ, ଦେଶରେ ରୋଜଗାର ହ୍ରାସ ହେବାର କୌଣସି କାରଣ ନାହିଁ । ରୋଜଗାର ଅବସର ସୁଯୋଗ ଠିକ୍‌ ରହିଛି । ଲୋକସଭାରେ ପ୍ରଶ୍ନର ଉତ୍ତରରେ ଶ୍ରମ ଓ ରୋଜଗାର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତିଯେ, ଏହାର କୌଣସି କାରଣ ଦେଖିବାକୁ ମିଳୁନାହିଁ, ଯେଉଁଥିରେ ରୋଜଗାର ହ୍ରାସ ଘଟୁଥିବା କଥା ଜଣାପଡୁଛି । ବିରୋଧୀ ନୋଟ ବନ୍ଦୀ କାରଣରୁ ଦେଶରେ ବେକାରୀ ହାର ବୃଦ୍ଧି ପାଉଥିବାର ଯେଉଁ ଅଭିଯୋଗ ଆଣିଛନ୍ତି ତାକୁ ମଧ୍ୟ ଖନ୍ଦନ କରିଛନ୍ତି ଗଙ୍ଗୱାର ।
ଶ୍ରୀ ଗଙ୍ଗୱାର କହିଛନ୍ତି ଯେ, ସରକାର ଅଧିକରୁ ଅଧିକ ରୋଜଗାର ଅବସର ସୃଷ୍ଟି ପାଇଁ ବିଭିନ୍ନ ଯୋଜନାର ତ୍ୱରିତ କି୍ରୟାନ୍ୱୟନ କରୁଛନ୍ତି । ତେବେ ଯେଉଁ ଅଭିଯୋଗ ହେଉଛି ତାର କୌଣସି ଯଥାର୍ଥତା ଦେଖିବାକୁ ମିଳୁନାହିଁ । ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ପ୍ରଶ୍ନ ଉଠାଇଥିଲେ ଯେ, ନୋଟବନ୍ଦୀ କାରଣରୁ ତାଙ୍କ ଲୋକସଭା କ୍ଷେତ୍ର ସେରମପୁରରେ ହଜାର ହଜାର ସଂଖ୍ୟକ ଶ୍ରମିକ ବେରୋଜଗାର ହୋଇଗଲେ । ସରକାର ଏ ସମ୍ବନ୍ଧରେ କୌଣସି ପଦକ୍ଷେପ ନେଇନାହାନ୍ତି । ଗଙ୍ଗୱାର କହିଥିଲେ ଯେ, ଭଲ ସୁଯୋଗ ଏବଂ ସମ୍ଭାବନାର ଅନ୍ୱେଷଣରେ ଦେଶର ପ୍ରତି ବ୍ୟକ୍ତି ଦେଶର ଯେକୌଣସି ସ୍ଥାନକୁ ଯିବାର ଅଧିକାର ରଖେ । ଦେଶର ସମ୍ବିଧାନ ପ୍ରତି ନାଗରିକଙ୍କୁ ଏହି ଅଧିକାର ଦେଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*