ଦେବିକା ଏବେ ‘ସୌଭାଗ୍ୟବତୀ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଟେଲି ଅଭିନେତ୍ରୀ ରାନୀ ଓରଫ୍‌ ଦେବିକା ସାର୍ଥକ ଟିଭିରେ ‘ଜେଜେମା’ ସିରିଅଲରେ ନାୟିକା ଭାବେ ଡେବୁ୍ୟ କରିଥିଲେ । କିନ୍ତୁ ଏହି ମେଗା ଧାରାବାହିକର ପ୍ରସାରଣ କିଛି ମାସ ପରେ ବନ୍ଦ ହୋଇଯାଇଥିଲା । ଏହାପରେ ତାଙ୍କୁ ଅନ୍ୟ ଏକ ଚ୍ୟାନେଲ୍‌ ତରଙ୍ଗ ପକ୍ଷରୁ ଗୋଟିଏ ମେଗା ଧାରାବାହିକରେ ଅଭିନୟ କରିବାର ଅଫର୍‌ ମିଳିଥିଲା । ସେ ଏହାକୁ ସ୍ୱୀକାର କରିଥିଲେ । ଏହାର ଟାଇଟଲ ହେଲା ‘ ନେଇ ଯା’ରେ ମେଘ ମତେ’ । ଏଥିରେ ପ୍ରଭାବଶାଳୀ ଅଭିନୟ କରି ପୁଣି ଚର୍ଚ୍ଚାକୁ ଆସିଥିଲେ । ହେଲେ ଏହାପରେ ଉକ୍ତ ମେଗା ଧାରାବାହିକ ‘ଜେଜେମା’ ସିରିଅଲରେ ପୁଣି କାମ କରିବାକୁ ଅଫର ମିଳିଥିଲା ଏବଂ ତାକୁ ଗ୍ରହଣ କରିଥିଲେ ସେ । ଏହାପରେ ତାଙ୍କୁ ‘ଜ୍ୱାଈଁ ନଂ ୧’ ସିରିଏଲରେ ବି ଦେଖିବାକୁ ମିଳିଥିଲା । ମାତ୍ର ତାପରେ ଦେବିକା ଛୋଟ ପରଦାରୁ ଉଭାନ୍‌ ହୋଇଯାଇଥିଲେ । ଓଡ଼ିଆ ସିନେମା ଜଗତରେ ତାଙ୍କୁ ନାୟିକା ଭୂମିକା ଲାଗି ଅଫର୍‌ ମିଳିଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ହେଲେ ଏବେ ସେ ପୁଣି ଏକ ମେଗା ଧାରାବାହିକରେ ନଜର ଆସିଛନ୍ତି । ଏହା ହେଉଛି ଜି ସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ‘ସୌଭାଗ୍ୟବତୀ’ ଏଥିରେ ସେ ଟାଇଟଲ ରୋଲରେ ଅଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*