ଦେବାଶିଷଙ୍କୁ ଗିରଫ ପାଇଁ ଭାଜପା ଓ କଂଗ୍ରେସର ଦାବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ଯବାନ ମାନଙ୍କୁ ସାରା ଦେଶ ଶ୍ରଦ୍ଧାଞ୍ଜଳି ଓ ତାଙ୍କ ପରିବାରକୁ ସମବେଦନା ଜଣାଉଥିବା ସମୟରେ ରାଜ୍ୟରେ ବିଜଦ ବିଧାୟକ ଦେବାଶିଷ ସାମନ୍ତରାୟ ସହିଦ ପରିବାର ସଦସ୍ୟଙ୍କୁ ସମସ୍ତଙ୍କ ଆଗରେ ଧକ୍କା ମାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜଦର ମୁଖିଆ ହିସାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାରକୁ ଭେଟି କ୍ଷମା ମାଗନ୍ତୁ ଏବଂ ଦେବାଶୀଷ ସାମନ୍ତରାୟଙ୍କୁ ଦେଶକୁ ଅପମାନିତ କରିଥିବା ଅପରାଧରେ ଗିରଫ କରାଯାଉ । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାବି କରିଛନ୍ତି ଭାଜପାର ପୂର୍ବତନ ସୈନିକ ପ୍ରକୋଷ୍ଠର ଆବାହକ ଅବସରପ୍ରାପ୍ତ ଲେଫ୍ଟନାଂଟ ଜେନେରାଲ ନାରାୟଣ ମହାନ୍ତି ।
ନିଆଳିର ରତନପୁରରେ ଶହୀଦ ମନୋଜ ବେହେରାଙ୍କ ମରଶରୀର ସେଠାକାର ଶ୍ମଶାନରେ ପହଞ୍ଚିବା ପରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ତଥା ସେହି ଅଂଚଳର ସାଧାରଣ ଜନତା ଶୋକାକୁଳ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ପାଇଁ ଉପସ୍ଥିତ ଥିଲେ । ଶହୀଦ ମନୋଜ ବେହେରାଙ୍କ ମରଶରୀର ନିକଟରେ ଉପସ୍ଥିତ ଥିବା ତାଙ୍କ ଦାଦା ଭୋ ଭୋ ହୋଇ କାନ୍ଦି ମରଶରୀରକୁ ଆଲିଙ୍ଗନ କରୁଥିବା ସମୟରେ ସେଠାରେ ଉପସ୍ଥିତ ଥିବା ବିଧାୟକ ଦେବାଶିଷ ସାମନ୍ତରାୟ ଶହୀଦଙ୍କ ଦାଦାଙ୍କୁ ଯେଭଳି ଭାବରେ ତଣ୍ଟିଆ ମାରି ତଳେ ପକାଇ ଦେଲେ ତାହା ଏବେ ଆମ ରାଜ୍ୟ ତଥା ଦେଶ ପାଇଁ ଏକ ଲଜ୍ଜାର ବିଷୟ । ରାଜ୍ୟର ଗାରିମାକୁ ତଳେ ପକାଇ ଦେଇଛି । ଏହି ପରିପ୍ରେକ୍ଷୀରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦକ ସମ୍ମିଳନୀରେ ଦେବାଶିଷଙ୍କୁ ଦଳରୁ ବହିଷ୍କାର କରିବା ସହ ଗିରଫ କରିବା ପାଇଁ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ, ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍ଗୋ ଓ ମୁଖପାତ୍ର ଅଶୋକ ସାମଲ ଓ ନିକୁଞ୍ଜ ପଶାୟତ ଦାବି କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଅଭିଜିତ ଆୟାର ନାମକ ଜଣେ ବ୍ୟକ୍ତି ଓଡିଶା ବିଷୟରେ ଆପତିଜନକ ମନ୍ତବ୍ୟ ଦେବା ପରେ ଚାପ ପଡିବାରୁ କ୍ଷମା ମାଗିଥିଲେ । କିନ୍ତୁ ରାଜ୍ୟ ସରକାର ତାଙ୍କୁ ଗିରଫ କରି ଜେଲକୁ ପଠାଇଥିଲେ । ଦେବାଶିଷଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଚୁପ୍ ହୋଇ ବସିବା ସମସ୍ତଙ୍କୁ ଚକିତ କରିଛି । ଦେବାଶିଷଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ କେଉଁଭଳି ସଂପର୍କ ଅଛି ଯେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଘଣ୍ଟ ଘୋଡାଉଛନ୍ତି । ଗତ କିଛିମାସ ତଳେ ପିପିଲିର ବେବିନା ଘଟଣାରେ ତକ୍ରାଳୀନ କୃଷିମନ୍ତ୍ରୀ ପ୍ରଦୀପ ମହାରଥି ଦେଇଥିବା ପରିହାସପୂର୍ଣ୍ଣ ମନ୍ତବ୍ୟ ପରେ ତାଙ୍କୁ ନବୀନ ବାବୁ ମନ୍ତ୍ରୀମନ୍ଦଳରୁ ବିଦା କରିଥିଲେ । ବର୍ତ୍ତମାନ ଦେବାଶିଷଙ୍କ କ୍ଷେତ୍ରରେ ନବୀନ ବାବୁ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଓଡିଶା ନୁହେଁ ସାରା ଦେଶରେ ନିନ୍ଦା କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*