ଦୁଷ୍କର୍ମ ପୀଡିତାଙ୍କୁ ଥାର୍ଡ ଡିଗ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ରାଜ୍ୟରେ ଦିନକୁ ଦିନ ଆଇନ୍‌ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ମହିଳା ହୁଅନ୍ତୁ କି ଯୁବତୀ, କାହାରିକୁ ନ୍ୟାୟ ମିଳୁନାହିଁ । ପୀଡିତାଙ୍କୁ ନ୍ୟାୟ ଦେବାରେ ରାଜ୍ୟ ପୁଲିସ ବିଫଳ ହୋଇଛି । ନ୍ୟାୟ ମିଳିବା ପରିବର୍ତ୍ତେ ମିଳୁଛି ଧମକ । ରାଜ୍ୟ ସରକାର ଆରମ୍ଭ କରିଥିବା ୫-ଟି ଯୋଜନା ଏବେ ବାଟବଣା । ପୁଲିିସ ଅଫିସରମାନେ ରକ୍ଷକ ହୋଇ ଭକ୍ଷକ ସାଜୁଛନ୍ତି । ଯାଜପୁର ଜିଲ୍ଲା ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତୁ୍ୟ ଘଟଣାକୁ ନେଇ ସାରା ରାଜ୍ୟରେ ନିଆଁ ଜଳୁଥିବାବେଳେ ପୁଲିସ ବିରୋଧରେ ପୁଣି ଆସିଛି ସାଂଘାତିକ ଅଭିଯୋଗ । ଯୋ÷ନ ପୀପାସୁମାନେ ମାନବିକତାର ସବୁ ସୀମା ଉଲ୍ଲଂଘନ କରି ଜଣେ ଯୁବତୀଙ୍କୁ ଦୁଷ୍କର୍ମ କଲେ । ନ୍ୟାୟ ଟିକେ ପାଇବା ପାଇଁ ଥାନାକୁ ଦୋ÷ଡିଥିଲେ ପୀଡିତ । ଥାନା ଅଧିକାରୀ ପୀଡିତାକୁ ନ୍ୟାୟ ଦେବା ପରିବର୍ତ୍ତେ ଦେଲେ ଦେଲେ ଅକଥନୀୟ ନିର୍ଯାତନା ଓ ଆଉ ଧମକ ଚମକ । ପୀଡିତାଙ୍କୁ ବୟାନ ବଦଳାଇବାକୁ ଦିଆଯାଇଥିଲା ଧମକ । ଏଭଳି ସଙ୍ଗିନ ଅଭିଯୋଗ ଆଣିବା ସହ ବିସ୍ଫୋରକ ବୟାନ ଦେଇଛନ୍ତି ଦୁଷ୍କର୍ମର ଶୀକାର ହୋଇଥିବା ପୀଡିତା । ମହିଳା ଥାନା ଅଧିକାରୀଙ୍କ ବିରୋଧରେ ପୀଡିତାଙ୍କ ବୟାନ ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋରଦାର ହୋଇଛି । ଘଟଣାକୁ ୨ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ ଏତଲା ରଖିନଥିବା ଜଣାପଡିଛି । ପରେ ପୁଲିସ ପୀଡିତାଙ୍କ ଡାକ୍ତରୀ ମାଇନା କରି ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ ରହୁଥିବା ଜଣେ ଯୁବତୀ ୩ ତାରିଖ ରାତିରେ ଗାଁ ମୁନ୍ଦରେ ଥିବା ଟୁ୍ୟବଲକୁ ପାଣି ପାଇଁ ଯାଇଥିଲେ । ଏତିକିବେଳେ ପୂର୍ବରୁ ପ୍ରସ୍ତୁତ ଥିବା ସେହି ଗ୍ରାମର ୫ ଜଣ ଯୁବକ ଯୁବତୀଙ୍କ ମୁହଁରେ ଗାମୁଛା ବାନ୍ଧି ତାଙ୍କୁ ଅପହରଣ କରି ନେଇ ପଳାଇଥିଲେ । ଯୁବତୀଙ୍କୁ ଅପହରଣ କରି ନେବା ପରେ ବିଲ ମଝିରେ ଜଣେ ଯୁବକ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ପରେ ଯୁବତୀଙ୍କୁ ଏକ ଅଟୋ ସହାୟତାରେ ରାତିରେ ଭୁବନେଶ୍ୱର ଷ୍ଟେସନକୁ ନେଇଯାଇଥିଲେ । ସେଠାରେ ଟ୍ରେନ୍‌ ଚାଲିଯିବାରୁ ଦୁର୍ବୃତ୍ତମାନେ ଜଟଣୀ ଷ୍ଟେସନକୁ ନେଇପଳାଇଥିଲେ । ଜଟଣୀ ଷ୍ଟେସନରୁ ଯୁବତୀଙ୍କୁ ସେମାନେ ସୁରଟ୍‌ ନେଇ ଯିବାକୁ ଉଦ୍ୟମ କରିଥିଲେ । ଯୁବତୀ ଜଣଙ୍କ କୌଶଳକ୍ରମେ ଜଟଣୀ ଷ୍ଟେସନରୁ ନେଇଯାଇଥିଲେ । ଯୁବତୀଙ୍କ ମୁହଁରେ ଗାମୁଛା ବନ୍ଧା ହେବା ସହ ହାତଗୋଡ ବନ୍ଧା ହୋଇ ଯୁବତୀ ଜଣଙ୍କ ଜଟଣୀ ଷ୍ଟେସନରେ ଥିବାବେଳେ ଅନ୍ୟ ଜଣେ ଅଟୋ ଚାଳକ ଯୁବତୀଙ୍କୁ ଉଦ୍ଧାର କରି ତାଙ୍କ ମାମୁଘରେ ଛାଡିଥିଲେ । ପରେ ପୁଲିସ ପୀଡିତାଙ୍କୁ ବାଙ୍କୀ ଥାନା ପୁଲିସ ଜିମା ଦେଇଥିଲା । ଯୁବତୀଙ୍କୁ ସେଭଳି କିଛି କରାଯାଇନାହିଁ ବୋଲି ପୁଲିସ ବାବୁମାନେ ସଫେଇ ଦେଇଥିଲେ । ଯୁବତୀ ଯେତେ ଚିକôାର କରି ଥାନାରେ ନିଜର ଘଟଣା କହିଥିଲେ ମଧ୍ୟ ପୁଲିସ ଅଧିକାରୀ ତାଙ୍କ କଥାକୁ ବେଖାତିର କରିବା ସହ ବୟାନ ବଦଳାଇବାକୁ ଧମକ ଚମକ ଦେବା ସହ ମାଡ ମାରିଥିଲେ ବୋଲି ପୀଡିତା ଅଭିଯୋଗ କରିଛନ୍ତି । ମହିଳା ଥାନା ଅଧିକାରୀ ପୀଡିତାଙ୍କ ପ୍ରତି କରିଥିବା ବ୍ୟବହାରକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*