ଦୁର୍ନୀତି ମାମଲାରେ ୟୁଏଇର ଜଣେ କୋଚଙ୍କୁ ୧୦ବର୍ଷ ବାସନ୍ଦ କଲା ଆଇସିସି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଦୁବାଇ

ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା କାରଣରୁ ୟୁଏଇରେ କାର୍ଯ୍ୟ କରୁଥିବା କି୍ରକେଟ କୋଚ୍‌ ଇରଫାନ୍‌ ଅନସାରୀଙ୍କୁ ୧୦ବର୍ଷ ସକାଶେ ବାସନ୍ଦ କରିଛି ଆର୍ନ୍ତଜାତିକ କି୍ରକେଟ ପରିଷଦ । ବୁଧବାର ଦିନ ଆଇସିସି ପକ୍ଷରୁ କୁହାଯାଇଛି ଏଠାରେ କି୍ରକେଟ ତାଲିମ ଦେଉଥିବା ଅନସାରୀ ଆଇସିସିର ଦୁର୍ନୀତି ନିରୋଧ ଆଇନର ତିନୋଟି ଧାରାକୁ ଭଙ୍ଗ କରିଥିବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୨୦୧୭ ଅକ୍ଟୋବର ମାସରେ ୟୁଏଇ ଠାରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟର ଏକ ସିରିଜ୍‌ ବେଳେ ଅନସାରୀ ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ମ୍ୟାଚ୍‌ ଫିକ୍ସିଂର ପ୍ରସ୍ତାବ ଦେଇଥିଲେ । ଗତବର୍ଷ ମେ’ ମାସରେ ଅନସାରୀଙ୍କ ଉପରେ ଅଭିଯୋଗ ଲଗାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ସେ ତଦନ୍ତ କୌଣସି ସହଯୋଗ କରିନଥିଲେ । ଫଳରେ ତାଙ୍କ ବିରୋଧରେ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଆଇସିସି ଗ୍ରହଣ କରିବା ସହ ସର୍ଫରାଜ ତୁରନ୍ତ ଆଇସିସିର ଦୁର୍ନୀତି ନିରୋଧ ଅଧିକାରୀମାନଙ୍କ ସହ ଯୋଗାଯୋଗ କରିଥିବାରୁ ତାଙ୍କୁ ଧନ୍ୟବାଦ ପ୍ରଦାନ କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*