ଦୁଇ ବ୍ୟବସାୟୀ ଗିରଫ : ୫ଲକ୍ଷ ଟଙ୍କାର ଧଳାଜହର ଜବତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଭୁବନେଶ୍ୱର :ଅପରାଧୀଙ୍କ ପେଣ୍ଠସ୍ଥଳ ପାଲଟିଛି ରାଜଧାନୀ ଭୁବନେଶ୍ୱର । ଅପରାଧୀମାନେ କମ୍‌ ମୂଲ୍ୟରେ ଅନ୍ୟ ଜିଲ୍ଲାରୁ ବନ୍ଧୁକ, ମାରଣାସ୍ତ୍ରଠାରୁ ଆରମ୍ଭ କରି ଧଳାଜହର, ଗଞ୍ଜେଇ ଆଣି ରାଜଧାନୀରେ ମୋଟା ଅଙ୍କରେ ବିକି୍ର କରୁଛନ୍ତି । କମିଶନରେଟ୍‌ ପୁଲିସ କେତେକ ସ୍ଥାନରେ ଚଢ଼ାଉ କରି କାଁ ଭାଁ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହେଉଥିବାବେଳେ ପେଶାଦାର ଅପରାଧୀମାନେ ପୁଲିସ ଓ ଅବକାରୀ ବିଭାଗକୁ ଚକ୍‌ମା ଦେଇ ଖସି ପଳାଉଛନ୍ତି । ଶନିବାର ଅପରାହ୍ନରେ କୁଇକ୍‌ ଆକ୍ସନ ଟିମ୍‌ ଓ ଲକ୍ଷ୍ମୀସାଗର ଥାନା ପୁଲିସ ମିଳିତ ଭାବେ ଚଢ଼ାଉ କରି ଦୁଇ ଧଳାଜହର ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀସାଗର ଥାନା ନିକଟସ୍ଥ ହଳଦୀପଡିଆ ବସ୍ତିର ଲଖିଆ ବିନ୍ଧାଣୀ(୩୩) ଓ ବେଣୁଧର ଦାସ(୩୦) । ଦୁହିଁଙ୍କଠାରୁ ପୁଲିସ ୬୪ ଗ୍ରାମର ଧଳାଜହର ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ଗିରଫ ବ୍ୟବସାୟୀମାନଙ୍କ ନାମରେ ବିଭିନ୍ନ ଥାନାରେ ଧଳାଜହର କାରବାର ନେଇ ମାମଲା ରହିଛି । ରବିବାର ଦିନ ଗିରଫ ଦୁଇ ବ୍ୟବସାୟୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଲକ୍ଷ୍ମୀସାଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଧଳାଜହରର ପେଣ୍ଠସ୍ଥଳ ହେଉଛି ଲକ୍ଷ୍ମୀସାଗର ଥାନା ନିକଟସ୍ଥ ହଳଦୀପଡିଆ ବସ୍ତି । ପ୍ରତ୍ୟେକ ଦିନ ପୁଳା ପୁଳା ଧଳାଜହର ଅନ୍ୟ ଜିଲ୍ଳାରୁ ସେଠାକୁ ଆସୁଛି । କଥାରେ ଅଛି ଗୋଦରା କୋଡେ ଯେତେ ମାଡେ ବି ସେତେ । ଅବକାରୀ ବିଭାଗ, କୁ୍ୟଏଟି, ସ୍ପେଶାଲ ସ୍କ୍ୱାର୍ଡ କିମ୍ବା କମିଶନରେଟ୍‌ ପୁଲିସ ଚଢ଼ାଉ କରି ଯେତେ ଅପରାଧୀଙ୍କୁ ଧରିଲେ ମଧ୍ୟ ସେଠାରୁ ମୂଳକ ତାଡି ବାହାର କରିବା ପୁଲିସ ପକ୍ଷେ ସମ୍ଭବ ପର ହେଉନାହିଁ । ହଳଦୀପଡିଆ ବସ୍ତିରେ ରହୁଥିବା ବେଣୁଧର ଦାସ ଓ ଲଖିଆ ଦୁହେଁ ଧଳାଜହର ବ୍ୟବସାୟ କରନ୍ତି । ବିଶେଷ ସୂତ୍ରରୁ କୁ୍ୟଏଟି ମୁଖ୍ୟ ଖବର ପାଇଥିଲେ । ଏନେଇ ସେ ଲକ୍ଷ୍ମୀସାଗର ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପରେ ଦୁଇଜଟିଆ ଟିମ୍‌ ଶନିବାର ବସ୍ତିରେ ଚଢ଼ାଉ କରିବା ବେଳେ ଦୁହେଁ ବ୍ରାଉନସୁଗାର ଧରି ଅନ୍ୟ କିଛି ଯୁବକଙ୍କୁ ଦେବାକୁ ଅପେକ୍ଷା କରିଥିଲେ । ପୁଲିସ ସଂଗେ ସଂଗେ ଦୁହିଁଙ୍କୁ କାବୁ କରି ନେଇ ଥାନାକୁ ଆଣିଥିଲା । ପଚରାଉଚରା କରିବା ପରେ ସେମାନେ ବ୍ରାଉନସୁଗାର ବ୍ୟବସାୟ କରୁଥିବା ସ୍ୱୀକାର କରିଥିଲେ । ପୁଲିସ ସେମାନଙ୍କଠାରୁ ୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଓ ଗୋଟିଏ ମୋବାଇଲ ଫୋନକୁ ଜବତ କରିବା ସହ ଦୁହିଁଙ୍କୁ ଗିରଫ କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*