ଦୁଇ ଫୁଟର ବୋବୋଙ୍କୁ ମିଳିଲା ୬ ଫୁଟ୍‌ର କନ୍ୟା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଓସଲୋ

ପାକିସ୍ତାନର ବୁରହାନ ଚିସ୍ତି ନିଜ ଉଚ୍ଚତା କାରଣରୁ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଆସୁଛନ୍ତି । ତାଙ୍କର ଉଚ୍ଚତା ହେଉଛି ମାତ୍ର ଦୁଇଫୁଟ୍‌ । ହେଲେ ଏହି ଦୁଇ ଫୁଟିଆ ଚିସ୍ତି (ତାଙ୍କୁ ଶ୍ରଦ୍ଧାରେ ଲୋକେ ଡାକନ୍ତି ବୋବୋ)ଙ୍କୁ ଏବେ ମିଳିଛି ୬ଫୁଟ୍‌ର କନ୍ୟା । ଏହି ଯୁବତୀଙ୍କ ନାମ ଫୌଜିଆ । ସେମାନଙ୍କର ବିବାହ ନରୱେର ରାଜଧାନୀ ଓସଲୋରେ ହୋଇଛି । ବିବାହ ଉତ୍ସବରେ ୧୩ ଟି ଦେଶର ଲୋକେ ସାମିଲ ଥିଲେ ।
ବୋବୋ ପିଲାବେଳୁ ପୋଲିଓ ରୋଗରେ ଆକ୍ରାନ୍ତ । ସେ ଜନ୍ମରୁ ଓସଲୋରେ ରହୁଛନ୍ତି । ସେଠାରେ ସେ ସଲମନ ଖାନ୍‌ଙ୍କ ବିଙ୍ଗ ହୁ୍ୟମ୍ୟାନ୍‌ ଅଭିଯାନର ପ୍ରତିନିଧିତ୍ୱ ମଧ୍ୟ କରନ୍ତି । ନିକଟରେ ପାକିସ୍ତାନର ପଞ୍ଜାବ ପ୍ରାନ୍ତରରେ ରହୁଥିବା ଫୌଜିଆଙ୍କୁ ସେ ବିବାହ କରିଛନ୍ତି । ଏହି ବିବାହକୁ ନେଇ ଉଭୟ ବେଶ ଖୁସି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*