ଦୁଇମାସ ପରେ ପର୍ଯ୍ୟଟକଙ୍କ ଲାଗି ଖୋଲିଲା କାଶ୍ମୀର ଉପତ୍ୟକା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଶ୍ରୀନଗର
ଦୀର୍ଘ ୭୦ ଦିନ ପରେ ଜମ୍ମୁ ଓ କାଶ୍ମୀର ବିଶେଷ କରି କାଶ୍ମୀର ଉପତ୍ୟକାରେ ପର୍ଯ୍ୟଟକଙ୍କ ଉପରେ ଲାଗିଥିବା କଟକଣାକୁ ଗୁରୁବାର ହଟାଇ ଦିଆଯାଇଛି । ଫଳରେ ଏବେ ପର୍ଯ୍ୟଟକମାନେ ଘାଟିକୁ ବୁଲିବାକୁ ଯାଇପାରିବେ । ଜମ୍ମୁ ଓ କାଶ୍ମୀରର ଗୃହ ବିଭାଗ ଏ ସମ୍ପର୍କିତ ଏକ ସୁରକ୍ଷା ଆଡଭାଇଜରୀ ଜାରି କରିଛନ୍ତି । ଏଥିରେ ପର୍ଯ୍ୟଟକଙ୍କୁ ଆବଶ୍ୟକୀୟ ସମସ୍ତ ପ୍ରକାରର ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି କୁହାଯାଇଛି । ସୂଚନା ଥାଉ ଯେ, କେନ୍ଦ୍ର ସରକାର ଗତ ୫ ଅଗଷ୍ଟରେ ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିବା ଲାଗି ନିଷ୍ପତ୍ତି ନେଇଥିଲେ । ଏହାପୂର୍ବରୁ ଜମ୍ମୁ ଓ କାଶ୍ମୀରରେ କଡ଼ା ସୁରକ୍ଷାବଳଙ୍କୁ ମୁତୟନ କରାଯାଇଥିଲା । ୨ ଅଗଷ୍ଟରେ ଅମରନାଥ ଯାତ୍ରାକୁ ଅଧାରେ ବନ୍ଦ କରି ଜିଲ୍ଲା ପ୍ରଶାସନ ଏକ ନିଦେ୍ର୍ଦଶନାମା ଜାରି କରି ରାଜ୍ୟରେ ଥିବା ସମସ୍ତ ପର୍ଯ୍ୟଟକଙ୍କୁ ଘାଟି ଛାଡ଼ିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହାପର ଠାରୁ କାଶ୍ମୀରରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଥିଲା । ରାଜ୍ୟପାଳ ସତ୍ୟପାଲ ମଲିକ ସୋମବାର ଦିନ ପରାମର୍ଶଦାତା ଏବଂ ମୁଖ୍ୟ ସଚିବଙ୍କ ସହିତ ଜମ୍ମୁ ଓ କାଶ୍ମୀରର ସୁରକ୍ଷା ବ୍ୟବସ୍ଥାକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ କରିଥିଲେ । ଏହି ସମୟରେ ମଲିକ୍‌ ଜାରି ହୋଇଥିବା ନିଦେ୍ର୍ଦଶନାମାକୁ ହଟାଇବା ଲାଗି ଆଲୋଚନା କରିଥିଲେ । ଏଥିସହିତ ମଲିକ ୧୦ ଅକ୍ଟୋବରରୁ ଗୃହ ବିଭାଗ ପକ୍ଷରୁ ଜାରି ଟ୍ରାଭେଲ ଆଡ୍‌ଭାଇଜରୀକୁ ହଟାଇବାକୁ ନିଦେ୍ର୍ଦଶ ଦେଇଥିଲେ ।
କାଶ୍ମୀରରେ ପର୍ଯ୍ୟଟକ ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକ ହଟାଇ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେଠାରେ ମୋବାଇଲ ଫୋନ୍‌ ଏବଂ ଇଣ୍ଟରନେଟ୍‌ ସେବା ସମ୍ପୂର୍ଣ୍ଣ ଭାବେ ଆରମ୍ଭ ହୋଇନାହିଁ । ସହରର ପ୍ରତ୍ୟେକ ଜାଗାରେ ସୁରକ୍ଷାବଳଙ୍କୁ ମୁତୟନ କରାଯାଇଛି । ଲ୍ୟାନ୍ଦଲାଇନ୍‌ ସେବା ମଧ୍ୟ ସେଠାରେ ଆରମ୍ଭ ହୋଇଯାଇଛି । ସୂଚନା ଥାଉ ଯେ, ପୂର୍ବ ସୂଚନା ଅନୁସାରେ ଅକ୍ଟୋବର ୩ ରୁ ସ୍କୁଲ ଏବଂ ଅକ୍ଟୋବର ୯ ରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲାଇଥିଲା । ତେବେ କଲେଜ ଷ୍ଟାଫ୍‌ ଆସିଥିବା ବେଳେ ବିଦ୍ୟାର୍ଥୀମାନେ ଅନୁପସ୍ଥିତ ଥିବା ଦେଖିବାକୁ ମିଳିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*